ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆୟ ବହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିଫ ଇଞ୍ଜିନିୟର ଏଣ୍ଡ ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁ । ସାଲେପୁର ରେ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ! ମୁଖ୍ୟଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତା ଠୁଳ ଅଭିଯୋଗରେ ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । କୈଳାସଙ୍କ ପୈତୃକ ଘର କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ରାମକାପୁର ଓ ସାଲେପୁର ବ୍ଲକ୍ ବଣହରା ଶଶୁର ଘର ସମେତ ୧୦ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ କୈଳାସଙ୍କର ୩୬ ଟି ପ୍ଲଟ୍, ୩ଟି ଫ୍ଲାଟ୍ ଓ ଯାଜପୁରର କୋରେଇ ଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଭୁବନେଶ୍ବର, ପୁରୀ, କଟକ, ଯାଜପୁର, କେନ୍ଦୁଝର ସମେତ ୧୦ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି । କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟୀତ୍ୱରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନତୀର ଅନେକ ଅଭିଯୋଗ ହୋଇ ଆସୁଥିଲା । ଶେଷ ରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏକକାଳୀନ ୧୦ଟି ସ୍ଥାନରେ ଚଢାଉ ଚାଲିଛି । ବର୍ତ୍ତମାନ ଯାଏ ୩୬ଟି ଜାଗା, ୩ଟି ଫ୍ଲାଟ ଓ ଯାଜପୁର ର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଏଥ୍ ସହ କେନ୍ଦୁଝର ଅଫିସ, ସରକାରୀ ବାସଭବନ, ଯାଜପୁର ର କୋରେଇ ଓ ବ୍ୟାସନଗର, ଭୂବନେଶ୍ବର, କଟକ ଓ ପୁରି ର ୧୦ଟି ଜାଗାରେ ଏକ କାଳିନ ଚଢାଉ ଚାଲିଛି !
ଆୟ ବହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିଫ ଇଞ୍ଜିନିୟର !!!

