Site icon Awaj Media

ଜମି ଜମା ବିବାଦକୁ ନେଇ ଆକ୍ରମଣ : ଥାନାରେ ଅଭିଯୋଗ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜମି ଜମା ବିବାଦକୁ ନେଇ ଆକ୍ରମଣ , ଥାନାରେ ଅଭିଯୋଗ ! ଜମି ଜମା ବିବାଦ କୁ କେନ୍ଦ୍ର କରି ସାଲେପୁର ଥାନା ମିର୍ଜାପୁର ପଞ୍ଚାୟତ ମାତନଗର ଗାଁ ର ଗୋଟିଏ ପରିବାର ର ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ ! ତିନି ଗୁରୁତର ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣା ଯାଇଛି । ସୂଚନା ମୁତାବକ କଟକ ଜିଲ୍ଲା ସାଲେପୁର ବ୍ଲକ୍ ମିର୍ଜାପୁର ପଞ୍ଚାୟତ ର ମାତନଗର ଗାଁ ର ଜୟଗୁନ ବିବି ଙ୍କ ପରିବାର ଓ ପଡୋଶିଙ୍କ ମଧ୍ୟରେ ଜମି ଜମା କୁ କେସ ଚାଲିଥିବା ସମୟରେ , କିଛି ଯୁବକ ଜୟଗୁନ୍ ଙ୍କ ଜାଗା ଉପରେ ଜୋର ଜବରଦସ୍ତ ବାଡ ବସାଉଥିବା ସମୟରେ ବିରୋଧ ହୋଇଥିଲା ! ଉକ୍ତ ପରିବାର ଉପରକୁ ୧୦ ରୁ ୧୨ ଜଣ ବ୍ୟକ୍ତି ସଂଘ ବଦ୍ଧ ଭାବେ ଅତର୍କିତ ଖଣ୍ଡା, ଭୁଜାଲି ,ଶାବଳ ଆଦି ରେ ଆକ୍ରମଣ କରିଥିଲେ ଫଳରେ ଜୟଗୁନ ଙ୍କ ପରିବାର ର ପ୍ରାୟ ୫ ଜଣ ଆକ୍ରମଣ ର ଶିକାର ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ! ତିନି ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଏସଂପର୍କରେ ସାଲେପୁର ଥାନା ରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି !

Exit mobile version