Site icon Awaj Media

ସୁକିନ୍ଦା ବନ ବିଭାଗ ପକ୍ଷରୁ ବାଲିଆ ପାଖ ଜଙ୍ଗଲରୁ ଶାଗୁଆନ କାଠ ଜବତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବନ ବିଭାଗ ପକ୍ଷରୁ ବିପୁଳ ଶାଗୁଆନ କାଠ ଜବତ ! ସୁକିନ୍ଦା ବନ ବିଭାଗ ପକ୍ଷରୁ ବାଲିଆ ପାଖ ଜଙ୍ଗଲରୁ ବିପୁଳ ଶାଗୁଆନ କାଠ ଜବତ ହୋଇଛି। ସୁଚନା ମୁତାବକ ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଲେମ୍ୱୋ ଗ୍ରାମପଞ୍ଚାୟତ ଅଧିନସ୍ଥ ବାଲିଆ ପାଖ ଜଙ୍ଗଲରେ କିଛି କାଠ ମାଫିଆ ବାତ୍ୟା ସୁଯୋଗରେ ସ୍ଥାନୀୟ ଜଙ୍ଗଲରୁ ଶାଗୁଆନ ଗଛ କାଟି ନିକଟରେ ଏକ ସ୍ଥାନରେ ଲୁଚେଇ ରଖିଥିବା ସୁକିନ୍ଦା ବନବିଭାଗ ଅଧିକାରୀ ଦେବେନ୍ଦ୍ର ମାଝୀ ସୂଚନା ପାଇଥିଲେ। ସୁକିନ୍ଦା ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ଏକ ଟିମ ଘଟଣା ସ୍ଥଳରେ ଚଢାଉ କରି ଲୁଚାଇ ରଖାଯାଇଥିବା ଶାଗୁଆନ କାଠ ଜବତ କରି ସୁକିନ୍ଦା ବନ ବିଭାଗ କାର୍ଯ୍ୟାଳୟ ପରିସରକୁ ଆଣିଥିବା ଜଣାପଡିଛି । ଗତ ଗୁରୁବାର ଓ ଶୁକ୍ରବାର ବାତ୍ୟା ସମୟରେ ଲଗାଣ ବର୍ଷା ଚାଲିଥିବା ସୁଯୋଗରେ କାଠ ମାଫିଆ ଜଙ୍ଗଲରୁ ଗଛ କାଟି ଚୋରା ଚାଲାଣ କରିବା ପାଇଁ ଗଚ୍ଛିତ ରଖିଥିଲେ। ତେବେ କାଠ ଜବତ ହୋଇଥିଲେ ମଧ୍ୟ କୌଣସି ଲୁଟେରା ଗିରଫ ହୋଇନଥିବା ବେଳେ ତୁରନ୍ତ ଲୁଟେରା ମାନଙ୍କୁ ଗିରଫ କରାଯିବ ବୋଲି ସୁକିନ୍ଦା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି !

Exit mobile version