Site icon Awaj Media

ମଦ୍ୟପ ସ୍ଵାମୀଙ୍କ ଆକ୍ରମଣରେ ଗର୍ଭବତୀ ପତ୍ନୀ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମାଟିଗାଡ଼ିଆ ଗ୍ରାମରେ ମଦ୍ୟପ ସ୍ଵାମୀଙ୍କ ଆକ୍ରମଣରେ ଗର୍ଭବତୀ ପତ୍ନୀ ଗୁରୁତର, ଅବସ୍ଥା ଗୁରୁତର ହେବାରୁ କଟକ SCB ସ୍ଥାନାନ୍ତର ! ସୁକିନ୍ଦା ଥାନା ଅଞ୍ଚଳର ଜଣେ ମଦ୍ୟପ ସ୍ଵାମୀ ଙ୍କ ଆକ୍ରମଣରେ ଗର୍ଭବତୀ ପତ୍ନୀ ଗୁରୁତର ଅବସ୍ଥାରେ କଟକ SCB ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ସୁକିନ୍ଦା ଥାନା ଅନ୍ତର୍ଗତ ମାଟିଗାଡ଼ିଆ ଗ୍ରାମର ସୁନୀଲ ମହାନ୍ତ ସନ୍ଧ୍ୟାରେ ମଦ୍ୟପାନ କରି ତାଙ୍କ ପତ୍ନୀ ମିତା କାରୁଆଙ୍କୁ ଆକ୍ରମଣ କରିବା ସହ ପେଟକୁ ଗୋଇଠା ମାରିଥିଲେ । ଆକ୍ରମଣରେ ଗର୍ଭବତୀ ମିତା ଗୁରୁତର ହୋଇ ଯାଇଥିଲେ । ପରିବାର ଲୋକେ ମିତାକୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମିତା ଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Exit mobile version