ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଗୋମାଂସ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ ଘଟଣାକୁ ନେଇ ବଢୁଛି ସନ୍ଦେହରେ କୁହେଳି । ବେଗୁନିଆ ଅଂଚଳରେ ନା ଥମୁଛି ବେଆଇନ ଗୋ ଚାଲାଣ , ନା ରୋକ ଲାଗୁଛି ଗୋହତ୍ୟା ଉପରେ ! ବେଗୁନିଆ ବ୍ଲକ ଅନ୍ତର୍ଗତ ଗୁଡ଼ୁମୁ ଗ୍ରାମ ନିକଟସ୍ଥ ଅର୍ଜୁନ କଣିଆ ଖଣି ନିକଟରୁ ୫ କୁଇଣ୍ଟାଲ ରୁ ଉର୍ଦ୍ଧ ଗୋମାଂସ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ ହେବା ପରେ ଜୋର ଧରିଛି ଚର୍ଚ୍ଚା ଆଲୋଚନା ! ସୂଚନା ମୁତାବକ ଏକ ନମ୍ବର ବିହୀନ ପିକ୍ଅପ୍ ଭ୍ୟାନ ରାସ୍ତାରେ ଯାଉଥିବା ବେଳେ ଗୋସେବକ ମାନେ ସନ୍ଦେହରେ ଗାଡ଼ି ଟିକୁ ପିଛା କରିଥିଲେ ! ଗାଡିକୁ ଅଟକାଇ ରଖି ଯାଞ୍ଚ କରିବା ବେଳକୁ ଗାଡ଼ିରେ ଗୋମାଂସ ଭର୍ତ୍ତି ହୋଇ ରହିଥିଲା । ଅଘଟଣ ଆଶଙ୍କା ରେ ଗାଡ଼ି ଛାଡ଼ି ଚାଳକ ଫେରାର୍ ହୋଇ ଯାଇଥିଲା । ଘଟଣା ସ୍ଥଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ଗୋମାଂସ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ !!!

