କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମଦ ଦୋକାନ ସମ୍ମୁଖରେ ଉତେଜନା । ମଦ ପାଇଁ ମହାଭାରତ , ତାତିଲେ ମହିଳା – ଭଙ୍ଗାରୁଜା ସହ ପୋଡିଲେ ଦୋକାନ l ଉତେଜନା ସ୍ଥଳରେ ପହଁଞ୍ଚି ବୁଝା ସୁଝା କରୁଛି ପୋଲିସ l କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଓଲଢ଼ି ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଆଜି ଶତାଧିକ ମହିଳା ଘେରାଉ କରିବା ସହ ପୋଡା ଜଳା କରିଥିବା ଦେଖିବାକୁ ମିଳିଛି l ସୂଚନା ଆନୁଯାୟୀ ଗତ କାଲି ଦୁଇଜଣ ଯୁବକଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ହୋଇ ଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ , ତେବେ ସେଠାରେ ତାଙ୍କର ମୃତୁ ଘଟିଥିଲା l ବିଦେଶୀ ମଦ ଦୋକାନ ଆଗରେ ଥିବା ଚାଖେଣା ଦୋକାନକୁ ନେଇ ଗଣ୍ଡଗୋଳ ହେଇଥିବା କୁହାଯାଉଛି l ଯାହାକୁ ନେଇ ଓଲଢ଼ି ଗ୍ରାମର ଶତାଧିକ ମହିଳା ଆଜି ଆସି ଚାଖେଣା ଦୋକାନ ଭାଙ୍ଗିବା ସହ ବିଦେଶୀ ମଦ ଦୋକାନ ଭାଙ୍ଗିବା ପ୍ରତିବାଦରେ ହୋହାଲା କରିଥିଲେ l ପାଖରେ ଥିବା ଦୋକାନ ଗୁଡିକ ପୋଡି ଦେବା ଏବଂ ମଦ ଦୋକାନକୁ ଉଛେଦ ଦାବି କରିଥିଲେ l ଖବର ପାଇ ଡେରାବିଶ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀ ମହିଳା ମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ଏବଂ ସେଠାରୁ ଆନ୍ଦୋଳନକାରୀ ମାନେ ପଲେଇ ଯାଇଥିଲେ l
ମଦ ପାଇଁ ମହାଭାରତ : ତାତିଲେ ମହିଳା – ଭଙ୍ଗାରୁଜା ସହ ପୋଡିଲେ ଦୋକାନ !!!

