Site icon Awaj Media

ବଡମ୍ବା ଅଞ୍ଚଳରୁ ସିରିଜ୍ ଡିକି ଭାଙ୍ଗି ଲୁଟିବା ଘଟଣା ର ପର୍ଦ୍ଦାଫାଶ କଲା ବଡମ୍ବା ପୋଲିସ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ଅଞ୍ଚଳରୁ ସିରିଜ୍ ଡିକି ଭାଙ୍ଗି ଲୁଟିବା ଘଟଣା ର ପର୍ଦ୍ଦାଫାଶ କଲା ବଡମ୍ବା ପୋଲିସ, ପ୍ରେସ ମିଟ କରି ସୂଚନା ଦେଳେ ଏସଡିପିଓ ବିଶ୍ୱଜିତ ମହାନ୍ତି ! ଗତ ୧୧ ମାର୍ଚ୍ଚ ତାରିଖରେ କଟକ ଜିଲ୍ଲା ବଡମ୍ବା ଥାନା ଅଧୀନ ମଙ୍ଗରାଜ ପୁର ଗ୍ରାମର ସଂଖାମେରି କଲେଜ ର ଅଧ୍ୟାପକ ନରସିଂହ ରାଉତ ୟୁକୋ ବ୍ୟାଙ୍କ ରୁ ୩୦ ହଜାର ଟଙ୍କା ଉଠାଇ ବଡମ୍ବା ହଟକୁ ଯାଇଥିଲେ । ସେଠାରୁ ଘରକୁ ଫେରିଥିଲେ। ଘରେ ଡିକି ଖୋଲି ଜାଣିବାକୁ ପାଇଥିଲେ ତାଙ୍କର ୩୦ ହଜାର ଟଙ୍କା ଚୋରି ହୋଇ ଯାଇଛି। ଏନେଇ ଶ୍ରୀ ରାଉତ ବଡମ୍ବା ଥାନାରେ ଲିଖିତ ଅଭିଯୋଗ କରିଥିଲା। ବଡମ୍ବା ଥାନା ଅଧିକାରୀ କେଶ ରୁଦୁ କରି ଘଟଣା ଟିକୁ ଗୁରୁତ୍ଵ ନେଇ ତଦନ୍ତ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଗତ ମାର୍ଚ୍ଚ ୨୫ ତାରିଖ ରେ ମୁଗଗହିରି ଗ୍ରାମରେ ସେନା କର୍ମଚାରୀ ସୁକାନ୍ତ କୁମାର ରାଉତ ବର୍ତମାନ ସେ ବଡମ୍ବା ତେଲିସାହି ରେ ରୁହନ୍ତି। ସେ ବ୍ୟାଙ୍କ ରୁ ୫୦ ହଜାର ଟଙ୍କା ଉଠାଇ ଡିକି ରେ ରଖିଥିଲେ ତାଙ୍କ ମୋଟର ସାଇକେଲ ରୁ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟି ନେଇଥିଲେ ଦୃର୍ବୁତ୍ତ। ତେବେ ଏହି ଦୁଇଟି କେଶ କୁ ଗୁରୁତ୍ଵ ଦେଇଥିଲା କଟକ ଗ୍ରାମାଞ୍ଚଳ ଏସ .ପି ଏଵ ଘଟଣା କୁ ତଦାରଖ କରିଥିଲେ। ଏଥିପାଇଁ S.P ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ବଡମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ। ଏସ.ପି ଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, S.l ସମ୍ବିତ କୁମାର ସ୍ବାଇଁ ଏବ କେଶ ର ତଦନ୍ତ କରୀ ଅଧିକାରୀ ଗଙ୍ଗାଧର କଅର ପ୍ରମୁଖ ତିନି ଅଧିକାରୀ ଏସ.ପି ସାର୍ ଙ୍କ ଠାରୁ କିଛି ସୁରାକ ପାଇ ଏହାର ତଦନ୍ତ ଆରମ୍ଭ କରିଥିଲେ। ଏସ.ପି ସାର୍ ଙ୍କ ସୁରାକ କୁ ଆଧାର କରି ଗତ କାଲି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଚଢ଼ାଉ କରି ବଡମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଦୁଇଟି କେଶ କୁ ଧରିବାରେ ସମର୍ଥ ହୋଇଥିଲେ। ପ୍ରଥମ କେଶ ରେ ୩୦ ହଜାର ଟଙ୍କା ଲୁଟ ଘଟଣାରେ ଆସାମୀ ସୁରେଶ ଦାସ ଙ୍କ ଠାରୁପ୍ରାୟ ୧୫ ହଜାର ଟଙ୍କା ଜବତ କରିଥିଲା। ଅବଶିଷ୍ଟ ୧୫ ହଜାର ଟଙ୍କା ଆସାମୀ ସୁରେଶ ଦାସ ଖର୍ଚ୍ଚ କରିଥିବା ପୋଲିସ ଆଗରେ ପ୍ରକାଶ କରିଥିଲା। ଦିତୀୟ କେଶ ୫୦ ହଜାର ଟଙ୍କା ଲୁଟ ଘଟଣାରେ ଆସାମୀ ଏସ୍. ସନ୍ତୋଷ ଙ୍କ ଠାରୁ ୩୦ ହଜାର ଟଙ୍କା ପୋଲିସ ଜବତ କରିଥିଲା। ଲୁଟ ଘଟଣା ରେ ଆସାମୀ ମାନେ ବ୍ୟବହାର କରୁଥିବା ସାମଗ୍ରୀ କୁ ପୋଲିସ ଜବତ କରିଛି। ଆସାମୀ ମାନେ ଲୁଟ ଘଟଣା ରେ ବ୍ୟବହାର କରୁଥିବା ଚୋରା ବାଇକ୍ କୁ ପୋଲିସ ଜବତ କରିଛି। ତେବେ ଏହି ଦୁଇ ଆସାମୀ ଗଞ୍ଜାମ ଅଞ୍ଚଳ ର। ଜଣେଙ୍କ ଘର ସୋରଡ଼ା ଥାନା ଅଧୀନ ସରସପୁର ଅଞ୍ଚଳ ର ହେଇଥିବା ବେଳେ ଅନ୍ୟ ଆସାମୀ ଜଣକ କୋଟିନଡା ଥାନା ଅଧୀନ ନୂଆସାହାପୂର୍ ଅଞ୍ଚଳ ର। ଏମାନେ ପେଶାଦାର ଲୁଟେରା ଥିବା କଥା ପୋଲିସ ପ୍ରକାଶ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

Exit mobile version