Site icon Awaj Media

ମୁର୍ଶିଦାବାଦ ଅଞ୍ଚଳରୁ ଆସି ବରଡି ଗ୍ରାମରେ ଥିବା ଅଚିହ୍ନା ଯୁବକ ମାନଙ୍କୁ ତାଗିଦ କଲା ପୋଲିସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମୁର୍ଶିଦାବାଦ ଅଞ୍ଚଳରୁ ଆସି ବରଡି ଗ୍ରାମରେ ଥିବା ଅଚିହ୍ନା ଯୁବକ ମାନଙ୍କୁ ତାଗିଦ କଲା ପୋଲିସ ! ସୁକିନ୍ଦା ଥାନା ଅନ୍ତର୍ଗତ ବରଡି ଗ୍ରାମରେ ମୁର୍ଶିଦାବାଦ ଅଞ୍ଚଳରୁ ଆସି ରହିଥିବା ଯୁବକ ମାନଙ୍କୁ ତାଗିତ କଲା ପୋଲିସ । ସୂଚନା ମୁତାବକ ମୁର୍ଶିଦାବାଦ ଅଞ୍ଚଳରେ ଏବେ ଉତ୍ତେଜନା ଲାଗି ରହିଥିବା ବେଳେ , 8 ଜଣ ଅଚିହ୍ନା ମୁସଲମାନ ଯୁବକ ରାଜ ମିସ୍ତ୍ରୀ ପରିଚୟ ଦେଇ ଦୁଇ ଦିନ ହେବ ଆସି ବରଡି ସ୍ଥିତ ଏକ ନିଛାଟିଆ ଘରେ ରହୁଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକ ମାନଙ୍କର ତାଙ୍କର ଉପରେ ସନ୍ଦେହ ସୃଷ୍ଟି ହେବାରୁ ପୋଲିସକୁ ସୁଚନା ଦେଇଥିଲେ । ସୁକିନ୍ଦା ପୋଲିସ ସୂଚନା ପାଇ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ରାତି 10 ଘଟିକା ସମୟରେ ଘଟଣାସ୍ଥଳରେ ପହଞ୍ଚି ସେହି ଯୁବକ ମାନଙ୍କ ପ୍ରମାଣପତ୍ର ଯାଞ୍ଚ କରି ସମସ୍ତଙ୍କୁ ତାଗିଦ କରିଥିବା ଦେଖିବାକୁ ମିଳିଛି ।

Exit mobile version