Site icon Awaj Media

ବନବିଭାଗ ଦ୍ୱାରା ବାଘ ଚମଡା ଜବତ : ତିନି ଗିରଫ , ଦୁଇ ଫେରାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ ବନବିଭାଗ ଗଣିଆ ଅଞ୍ଚଳରୁ ଗୋଟିଏ କଲରାପତରିଆ ବାଘ ଚମଡା ଜବତ କରିବା ସହ ଘଟଣାରେ ୩ ଶିକାରୀଙ୍କୁ ଗିରଫ କରିଛି ! ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୁଳି , ଭୁଜାଲି ଜାଲ ଆଦି ଜବତ କରିଛି ବନବିଭାଗ । ଗଣିଆ ବନାଞ୍ଚଳରେ ପ୍ରାୟ ୫ ମାସ ତଳେ ଏହି ବାଘକୁ ଶିକାର କରାଯାଇଥିବା ବେଳେ ବାଘର ବୟସ ୩ ରୁ ୪ ବର୍ଷ ମଧ୍ୟରେ ହେବ ବୋଲି ଡିଏଫଓ କହିଛନ୍ତି । ନୟାଗଡ଼ ଓ ମହାନଦୀ ବିଭାଗ ରେଞ୍ଜ ର ମିଳିତ ପ୍ରୟାସ ରେ ଗିରଫ କରାଯାଇଅଛି ! ଅଭିଯୁକ୍ତ ମାନେ ହେଲେ ଖଳିସାହିର ତ୍ରିନାଥ ପ୍ରଧାନ, କାଚପଲ୍ଲିର ବିମ୍ବାଧର ନାୟକ ଏବଂ ରାମଚନ୍ଦ୍ର ଦଳବେହେରା । ଘଟଣା ଘଟଣାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି ଏବଂ ସେମାନଙ୍କୁ ଅତିଶୀଘ୍ର ଧରାଯିବ ବୋଲି ଡିଏଫଓ କହିଛନ୍ତି । ଜଣେ ଫେରାର୍ ବ୍ୟକ୍ତିଙ୍କ ଛେଳିକୁ ବାଘ ମାରି ଖାଇ ଦେଇଥିବାରୁ ଏଭାଳୀ ଆକ୍ରୋଶ ମୂଳକ କାର୍ଯ୍ୟ କରି ଜାଲ ଏବଂ କରେଣ୍ଟ ଲଗାଇ ଅଭିଯୁକ୍ତମାନେ ବାଘକୁ ମାରିଥିବା ସ୍ଵିକାର କରିଛନ୍ତି । ଏହା ଏକ ଅତ୍ୟନ୍ତ ଦୁଃଖ ର କଥା କି ମନୁଷ୍ୟ ହୋଇ ପଶୁ ପବୃତ୍ତି କେତେଦୂର ଠିକ ! ଏଭଳି ଏକ ସାଧାରଣ କଥାକୁ ନେଇ ଯଦି ଚିନ୍ତାଧାରା ସଭିଏଁ କରିବେ ତାହେଲେ ବାଘ ବଂଶ ସମ୍ପୂର୍ଣ ଭାବେ ଲୋପ ପାଇଯିବ ଏ ଅଂଚଳରୁ ଯୋଉ ପରିବେଶ ବାଲାନ୍ସ କଥା କୁହାଯାଉଛି ତା ଉପରେ ପ୍ରଶ୍ନବାଚୀ ? ତ୍ରିନାଥ ଜଣେ ପେସାଦାର ଶିକାରୀ ଏବଂ ବିଭିନ୍ନ ସମୟରେ ସେ ବନ୍ୟଜନ୍ତୁ ଶିକାର କରିଥିବା ଜଣାପଡିଛି । ବନବିଭାଗ, ଏସଟିଏଫ୍ ନୟାଗଡ ଜିଲ୍ଲାରୁ ବିଭିନ୍ନ ସମୟରେ ଶିକାରୀଙ୍କୁ ଗିରଫ କରୁଥିଲେ ମଧ୍ୟ ଜିଲ୍ଲାରୁ ବନ୍ୟଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବ କମୁନାହିଁ ।ପୂର୍ବରୁ ବି ଦଶପଲ୍ଲା ଅଂଚଳରୁ ତିନି ଚାରି ଥର ଓ ସରଣକୂଳ ପାଖ ପାଞ୍ଚରିଡା ମାନପୁର ଅଂଚଳରୁ ଶିକାର ବାଘ ଛାଲ ଜବତ କରାଯାଇ ଗିରଫ କରାଯାଇଥିଲେ ମଧ୍ୟ୍ୟ କୌଣସି ସମାଧାନର ବାଟ ଫିଟୁନାହିଁ ଏହା ଏକ ଅତ୍ୟନ୍ତ ଚିନ୍ତାର ବିଷୟ !

Exit mobile version