Site icon Awaj Media

ଲାଞ୍ଚ ନେବା ବେଳେ ଧରାପଡ଼ି ଜେଲ ଗଲେ ପୁଲିସ ବାବୁ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଭଲ ପ୍ରଦର୍ଶନ ପାଇଁ ଏଏସଆଇ ତୁଷାରକାନ୍ତ ନାୟକ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ , ହେଲେ ଏବେ ଲାଞ୍ଚ ନେବା ବେଳେ ଧରାପଡ଼ି ଗଲେ ଜେଲ ! ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ , ମାଡି ବସିଲା ଭିଜିଲାନସ ! ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା , ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାରକାନ୍ତ ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି । ଏକ କେସ ଡାଇରୀରୁ ନାଁ ହଟାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗତକାଲି ବିଳମ୍ବିତ ରାତିରେ ଚାଲିଥିଲା ଡିଲ ! ଏହି ସମୟରେ ଆଗରୁ ଛକି ବସିଥିବା ଭିଜିଲାନ୍ସ ଟିମ ଉଭୟଙ୍କୁ ମାଡ଼ି ବସିଥିଲା । ପରେ ଏଏସ ଆଇ ତୁଷାରକାନ୍ତ ରହୁଥିବା ଘରେ ଖୋଳତାଡ଼ ସହିତ ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଚଳାଇଛି ।

Exit mobile version