Site icon Awaj Media

10 କିଲୋଗ୍ରାମ ଗଞ୍ଜେଇ ଜବତ : ଅଭିଯୁକ୍ତ ଗିରଫ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ଵରୂପ କୁମାର ପଟ୍ଟନାୟକ : ନୂଆଗାଁ ପାର୍ଶ୍ୱରୁ ଜଟଣୀ ଖୋର୍ଧାକୁ ଏକ ବୁଲେଟ୍ ରେ ବେଆଇନ୍ ଗଞ୍ଜେଇ ପରିବହନ ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ଆଧାରରେ, OD33Y8007 ନମ୍ବର ବିଶିଷ୍ଟ ଏକ ଗାଡ଼ିରେ ଜରି ବସ୍ତାରେ ଚୋରା ଗଞ୍ଜେଇ ନେଇ ଯାଉଥିବା ବେଳେ, ଏସ. ଆଇ. ସନ୍ତୋଷ କୁମାର ଦାଶ ଏବଂ ନୟାଗଡ଼ ଥାନାର ଅନ୍ୟ କର୍ମଚାରୀ NH 57ର ସିନ୍ଦୁରିଆରେ ବ୍ଲକିଂ ଆରମ୍ଭ କରିଥିଲେ ! 10 କିଲୋଗ୍ରାମ ଚୋରା ସାମଗ୍ରୀ ଅର୍ଥାତ୍ ଗଞ୍ଜେଇକୁ ସଫଳତାର ସହ ଚିହ୍ନଟ କରିଥିଲେ, ଅପରାଧୀ ଜଣଙ୍କ କୁଦିଆରି ଗ୍ରାମ ର ଲିଟୁ ଚରଣ ପ୍ରଧାନ ବୋଲି ଜଣାଯାଇଛି । ସମସ୍ତ ଉପଯୁକ୍ତ ପ୍ରକ୍ରିୟା ପରେ ଉକ୍ତ ଗଞ୍ଜେଇକୁ ଜବତ କରାଯାଇଛି ଏବଂ ଅଭିଯୁକ୍ତ ଲିଟୁ ଚରଣ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ଼ କରାଯାଇଛି ।

Exit mobile version