ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଚୋର ଧରିବାକୁ ଗାଁ ଵାଲା ବୁଲାଇଲେ ଖଟ ! ଖବର ପାଇ ପହଁଞ୍ଚିଥିବା ପୁଲିସ , ସାମ୍ବାଦିକ କେହି ବି ତ୍ରାହି ପାଇଲେନି ! ବାଙ୍କୀ ନିର୍ବାଚନ ମଣ୍ଡଳୀ ବୈଦେଶ୍ଵର ଥାନା ଜଗନ୍ନାଥପୁର ପଞ୍ଚାୟତ ଖଇରୀପଙ୍ଗା ଗ୍ରାମରେ ଘଟିଛି ଏପରି ଘଟଣା ! ଘଟଣା ନୂହେଁ ତ ପୁରା କଙ୍ଗାରୁ କୋର୍ଟ ଢାଞ୍ଚା ! ସାଟେଲାଇଟ ସାମ୍ବାଦିକଙ୍କୁ ଧକା ମାରି ମୋବାଇଲ ଛଡାଇ ନେଲେ , ଡିଜିଟାଲ ମିଡ଼ିଆ ର ତିନି ସାମ୍ବାଦିକଙ୍କୁ ହେଲା ନିସ୍ତୁକ ମାଡ ! ଖବର ପାଇ ଘଟଣାସ୍ଥଳରେ ପହଁଚିଥିବା ବୈଦେଶ୍ଵର ଥାନା ଅଧିକାରୀ ଙ୍କୁ ଗାଳି ଗୁଲଜ କରି ଅଟକ ରଖିଦେଲେ , ଏପରିକି ଢେଲା ମାଡ଼ରେ ଜଣେ ପୁଲିସ ସୁରକ୍ଷା କର୍ମଚାରୀ ଙ୍କ ମୁଣ୍ଡ ମଧ୍ୟ ଫାଟିଛି ! ଘଟଣା କୁ ଚାରିଦିନ ବିତିଥିବା ସମୟରେ ପୁଲିସ କହୁଛି କାହାକୁ ପାଉନୁ , ସମସ୍ତେ ଫେରାର ! ହେଲେ ଆକ୍ରମଣ ଘଟଣାରେ ଆବଶ୍ୟକୀୟ ପଦକ୍ଷେପ ନେଇଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ! ବୈଦେଶ୍ଵର ଥାନା ରେ ଏତଲା ଦାଖଲ ସହ ରାଜ୍ୟ ସଂଘ କାର୍ଯ୍ୟକର୍ତ୍ତା କଟକ ଜିଲ୍ଲାପାଳ , ଗ୍ରାମାଞ୍ଚଳ ଏସପି ଏବଂ ବାଙ୍କୀ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି !
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ !!!

