Site icon Awaj Media

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ : ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଯୁବକଙ୍କୁ ପଥରେ ଛେଚି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତର ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଭୃଙ୍ଗିଯୋଡି ବିଦେଶୀ ମଦ ଦୋକାନ ମଝିରେ ରାସ୍ତା କଡରୁ ଯୁବକଙ୍କ ମୃତଦେହ ଜବତ କରିଛି ପୁଲିସ। ରକ୍ତ ଜୁଡୁବୁଡୁ ହୋଇ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା କିଛି ଲୋକେ ଦେଖିବାରୁ ଫିରିଙ୍ଗିଆ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ମୃତ ଯୁବକ ନୂଆପଦର ପଞ୍ଚାୟତ ଜାର୍ଗୀପଡ଼ା ଗାଁର ପ୍ରଭାତ ମଲିକ ଏବଂ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି। ମୃତଦେହ ନିକଟରେ ଏକାଧିକ ପଥର ପଡ଼ିଥିବା ବେଳେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପୁଲିସ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧନୀ କୁକୁର ସହାୟତାରେ ତଦନ୍ତ କରିଛି। ଫିରିଙ୍ଗିଆ ଥାନା ଅଧିକାରୀ ଗୋପିନାଥ ପ୍ରଧାନ, ଏସଆଇ ଦୀପକ ରାଉତ, ଏଏସଆଇ ଶ୍ରୀକାନ୍ତ ପାତ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ସୂଚନା ଯୋଗ୍ୟ ଯେ, ପ୍ରଭାତ ଗତ ବୁଧବାର ସକାଳ ୯ ଟାରୁ ଘରୁ ନିଜର ଏକ ସାଇକେଲ ଧରି କେଉଁଆଡେ ଯାଇଥିଲେ। ପରେ ଘରକୁ ଫେରି ନ ଥିବା ପରିବାର ଲୋକେ କହିଛନ୍ତି। ଗୁରୁବାର ସକାଳେ ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। କେଉଁ କାରଣରୁ ପ୍ରଭାତଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମା’ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Exit mobile version