Site icon Awaj Media

ବୈଦେଶ୍ୱର ରେ ବାଲି ମାଫିଆଙ୍କ ଦବଙ୍ଗଗିରି : ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି ପ୍ରଶାସନ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଟକ ଜିଲ୍ଲା ବାଙ୍କୀ ତହସିଲ ଏବଂ ବୈଦେଶ୍ୱର ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଥିଲେ ମଧ୍ୟ ବାଙ୍କୀ ପ୍ରଶାସନ ଓ ଖଣି ବିଭାଗ ସବୁ ଜାଣି ଚୋରା ବାଲି ମାଫିଆ ଙ୍କ ପ୍ରତି କୌଣସି ପଦକ୍ଷେପ ଗ୍ରହଣ ନକରିବା ପଛରେ କି ଉଦେଶ୍ୟ ଲୁଚି ରହିଛି । ଫଳରେ ସରକାର ଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ଘଟୁଛି । ସେଥିପ୍ରତି କୌଣସି ସରକାରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଗ୍ରାମାଂଚଳ ରାସ୍ତାରେ ବଡ ବଡ ହାଇୱା ଗାଡ଼ିରେ ଚୋରା ବାଲି ଓ ଖଣିଜ ପଦାର୍ଥ ଚୋରାଚାଲାଣ କରାଯାଉଥିବା ବେଳେ ପ୍ରଶାସନ ଆଖି ବୁଜି ଦେଇଛି ଫଳରେ ବିଭିନ୍ନ ସମୟରେ ଘଟଣା ଦୁର୍ଘଟଣା ଘଟୁଥିବାରୁ ଲୋକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ବୈଦେଶ୍ୱର ଥାନା ଠାରୁ ମାତ୍ର ୫୦୦ ମିଟର ଦୂରତା ରେ ଚୋରା ବାଲି ଚାଲାଣ ହେଉଥିବା ବେଳେ ଥାନା ଅଧିକାରୀ ଆଖି ବୁଜି ଦେଇଛନ୍ତି । ତହସିଲ କିମ୍ୱା ଉପ ଜିଲ୍ଲାପାଳ ଙ୍କ ପକ୍ଷରୁ ମଧ୍ୟ କୌଣସି ତଦନ୍ତ କରାଯାଉ ନଥିବା ପଛରେ କି ଉଦେଶ୍ୟ ଲୁଚି ରହିଛି ଏବଂ କାହାଇଶରାରେ ରାଜସ୍ୱ ବାଲି ପାହାଡ ଭଳି ଗଦା ଯାଉଛି l ଏବଂ ଇରିକେଶନ ତରଫରୁ ନଦୀ ପଠା ଏବଂ ବନ୍ଧ ରାସ୍ତାରେ ଭାରି ଯାନ ନ ଯିବାପାଇଁ ଥିଲାବେଳେ ଏହି ନଦୀ ପଠା ଏବଂ ନଦୀ ବନ୍ଧ ରାସ୍ତାରେ ଦିନ ଦିହିପହରରେ ଶହ ଶହ ବାଲି ବୋଝେଇ ହାଇୱା ଯାଉଅଛି ଏହା ସ୍ଵତନ୍ତ୍ର ଭାବେ ବାଙ୍କି ଉପ ଜିଲ୍ଲାପାଳ ଏବଂ ତହସିଲ ଦାର ଙ୍କୁ ଚିଠି ହୋଇଥିଲାବେଳେ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଚୁପ ରହିଅଛି l ତେଣୁ କଟକ ଜିଲ୍ଲା ପାଳ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଆକର୍ଷଣ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।

Exit mobile version