Site icon Awaj Media

ପ୍ରେମ ମାନେନା ବାଧା ବନ୍ଧନ : ପୋଲିସ ଅପାରଗତାରୁ ” କଙ୍ଗାରୁ କୋର୍ଟ ” !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଏହି ଘଟଣାରେ ମଣିଷ ପଣିଆ ମରିଯାଇଛି । ” କଙ୍ଗାରୁ କୋଟ୍ ” ପରମ୍ପରା ଏକ ସାମାଜିକ ବ୍ୟାଧି । ପୋଲିସ ଏହାକୁ ରୋକିବାର ଆବଶ୍ୟକତା ଅଛି । ଏହା ହେଲେ ପୋଲିସ ତାର କାର୍ଯ୍ୟ କରୁନାହିଁ ବୋଲି ପ୍ରମାଣିତ ହେଉଛି । ଏବେବି ବଞ୍ଚିରହିଛି ପୁରାତନ ପରମ୍ପରା ତାକୁ ନେଇ “କଙ୍ଗାରୁ କୋର୍ଟ”।ଗୋଟିଏ ବଂଶର ହୋଇଥିବାରୁ ମାହାଙ୍ଗା ପଢିଲା ପ୍ରେମ ଯୁଗଳଙ୍କୁ। ବିଲରେ ହଳ କରିବା ପରେ ମାଡ଼ ଖାଇଲେ।ଏବେ ଉଭୟଙ୍କ ଖୋଜ ଖବର ନାହିଁ। ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ।ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି, ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଗୋଟିଏ ପୁଅ ଓ ଝିଅକୁ କାନ୍ଧରେ ଯୁଆଳି ପକେଇ କ୍ଷେତରେ ତଶିବାକୁ ବାଧ୍ୟ କରାଯାଉଛି।ଉଭୟଙ୍କ ଅନୀଛା ସତ୍ୟେ ଧମକଚମକ ଦେଈ ହଳ କରାଉଛନ୍ତି ଗାଁ ଲେକେ। ଏହାର ଅନୁସନ୍ଧାନରୁ ଜଣା ପଡ଼ିଲା ଗାଁ କୁଟୁମ୍ବ ଙ୍କ ନିଷ୍ପତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡି ଦିଆଯାଇଛି। ଏମାନଙ୍କ ଭୁଲ ଥିଲା, ଉଭୟ ଗୋଟିରେ ବଂଶର ସମ୍ପର୍କରେ ଆତା (ପିଉସୀ ନାନୀ) ଏବଂ ଭଣଜା ଅଟନ୍ତି।ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ ହୋଇପାରିବେ ନାହିଁ କାରଣ ସେମାନେ ଭାଇ ଭଊଣି କିମ୍ବା ଆତା (ପିଉସୀ ନାନୀ) ଏବଂ ଭଣଜା ହୋଇଥାନ୍ତି। ଯାହାକି ଗୋଟିଏ ରକ୍ତର ସମ୍ପର୍କ ତେଣୁ ବିବାହ ହୋଇ ପାରିବ ନାହିଁ। କଞ୍ଜାମାଯୋଡ଼ି ଗାଁର ଲୋକମାନେ ସାରକା ଏବଂ କୋଡ଼ିଆ ସାରକା ଙ୍କ ପ୍ରେମ ସମ୍ପର୍କ ରହିଥିଲା। ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲେକେ ଦେଖି ଥିଲେ। ଏହାକୁ ନେଇ ଗାଁ କୁଟୁମ୍ବ ବୈଠକ ବସି ଉଭୟଙ୍କୁ ଏହି ଦଣ୍ଡ ଶୁଣାଇଥିଲେ, ଯାହା ତାଙ୍କ ପରମ୍ପରା ରହିଛି। ଉଭୟଙ୍କୁ ଗାଁ ଛାଡ଼ିବାକୁ ପଡ଼ିଲା। ବର୍ତ୍ତମାନ୍ ପ୍ରେମିଯୁଗଲ କେଉଁଠାରେ ଅଛନ୍ତି, କାହାରିକୁ ଜଣା ନାହିଁ। ଏହକୁ ନେଇ କାହାର ପ୍ରତିକ୍ରିୟା ମିଳି ପାରିନାହିଁ।

Exit mobile version