Site icon Awaj Media

କାଳିଆପାଣି ପାତ୍ର ସାହିରେ , ଦାଦା ନାବାଳକ ପୁତୁରାକୁ ନିର୍ମମ ବାଡାଉଥିବା ଭିଡ଼ିଓ ଭାଇରାଲ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗତ କିଛି ବର୍ଷ ହେବ କାଳିଆପାଣି ଗାଁ ପାତ୍ର ସାହିର ଦସୁରୁ ମହାରଣା କମ ବୟସରୁ ମୃତ୍ୟୁ ବରଣ କରିଥିଲେ ତାଙ୍କର 2ଟି ପିଲା ଆଉ ପାଗେଳୀ ସ୍ତ୍ରୀ ଦସୁରୁର ସାନ ଭାଇ ଗୋପୀ ମହାରଣା ପାଖରେ ରହି ଆସୁଛନ୍ତି କିନ୍ତୁ ସେ ମାନବିକତା ଦୃଷ୍ଟିରୁ ଭରଣ ପୋଷଣ କରିବା କଥା କିନ୍ତୁ ମା ଛୁଆ ତିନି ଜଣଙ୍କୁ ହଇରାଣ ହରକତ ରେ ରଖିଛି ବୋଲି ଶୁଣିବାକୁ ମିଳୁଛି । …. ଆଉ 22/7/2025 ମଙ୍ଗଳବାର ରାତି 11 ଘଟିକା ସମୟରେ ମୃତକ ଦସୁରୁର ସାନ ପୁଅ ଓପାସ ଭୁକରେ କୁଆଡେ ଯାଇଥିବା ସମୟରେ ଗୋପୀ ମହାରଣା ପିଲାଟିକୁ ଖୋଜି ଗାଁ ରାସ୍ତାରେ ତଡି ତଡି ଚପଲରେ ମାରୁଥିବା ଭିଡିଓ ଏବେ ସ୍ଥାନୀୟ ଅଞ୍ଚଳରେ ଭାଈରାଲ ହେଉଛି । ଏମିତି ପିଲାଟିକୁ ପିଟୁଥିଲା ଯେ ସେହି ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଈରାଲ ହେବା ପରେ ବୁଦ୍ଧିଜୀବୀ ଏହାକୁ ଘୋର ନିନ୍ଦା କରିବା ସହିତ ଏପରି ଲୋକ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଆଲୋଚନା ହେଉଛି ।

Exit mobile version