Site icon Awaj Media

ଫ୍ଲିମ ଷ୍ଟାଇଲରେ ଲୁଟ : ଭିଜିଲାନ୍ସ ପରିଚୟ ଦେଇ ଟଙ୍କା ସୁନା ଲୁଟିଥିବା ୬ ଦୁର୍ବୁତ୍ତ ଗିରଫ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ଥାନା ଅନ୍ତର୍ଗତ ଓଲଢି ଗ୍ରାମରେ ଘଟିଥିବା ଫ୍ଲିମ ଷ୍ଟାଇଲ ଲୁଟ ଘଟଣାର ପରେ ବେଶ କ୍ରିୟାଶୀଳ ଭାବରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଏହି ଘଟଣାରେ ଭିଜିଲାନ୍ସ ଅଧିକାରୀ ବୋଲି ନିଜକୁ ପରିଚୟ ଦେଇ, ଛଅ ଜଣ ଦୁର୍ବୁତ୍ତ ଗୃହ ଭିତରକୁ ପ୍ରବେଶ କରି ଟଙ୍କା ଓ ସୁନା ଲୁଟି ନେଇଥିଲେ। ଘଟଣା ପରେ ଡେରାବିଶ ପୋଲିସ ଓ ସ୍ପେସିଆଲ ସ୍କ୍ୱାଡ୍ ମିଳିତ ଉଦ୍ୟମରେ ତଦନ୍ତ ଆରମ୍ଭ କରାଯାଇଥିଲା। ଅବଶେଷରେ ଏହି ଲୁଟ ଘଟଣାରେ ଜଡିତ ଥିବା ଛଅ ଦୁର୍ବୁତ୍ତଙ୍କୁ ଗିରଫ କରା ଯାଇଛି । ସେମାନଙ୍କ ନିକଟରୁ ଦୁଇଟି ବାଇକ ,ଚାରିଟି ମୋବାଇଲ ଓ ଲୁଟ ହୋଇଥିବା କିଛି ନଗଦ ଟଙ୍କା ଜବତ କରିଛନ୍ତି। ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଦୁର୍ବୁତ୍ତଙ୍କୁ ଆଜି ପ୍ରାୟ ୪ ଘଣ୍ଟିକା ସମୟରେ ଉଚିତ ନ୍ୟାୟିକ ପଦକ୍ଷେପ ପାଇଁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ନେଇ ଅଞ୍ଚଳରେ ଚର୍ଚ୍ଚା ଓ ଚିନ୍ତା ବଢ଼ିଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଏହାର ମୂଳ ଗଠନ ଓ ଅନ୍ୟ ଜଡିତ ବ୍ୟକ୍ତିମାନଙ୍କ ଉପରେ ତଦନ୍ତ ଚାଲିଛି। ପୋଲିସ ପକ୍ଷରୁ ଲୁଟି ଯାଇଥିବା ସମଗ୍ର ଜିନିଷ ବାହାର କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ଜଣାଯାଇଛି। ଭିଜିଲାନ୍ସ ପରିଚୟ ଦେଇ ଏପରି ଦୁଷ୍କୃତ୍ୟ କରିବା ଘଟଣା ଏହିଠାରେ ପ୍ରଥମ ଥର ପାଇଁ ଦେଖାଯାଇଥିଲା।

Exit mobile version