Site icon Awaj Media

ଦଶ ଲକ୍ଷ ଟଙ୍କାର ନିଶା ଔଷଧ ସହ ଆଠ ଜଣ ଗିରଫ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଦଶ ଲକ୍ଷ ଟଙ୍କାର ନିଶା ଔଷଧ ସହ ଆଠ ଜଣ ଗିରଫ ! ପଦ୍ମପୁର ପୋଲିସକୁ ବଡ ସଫଳତା, ଦଶଲକ୍ଷ ଟଙ୍କାର ନିଶା ଔଷଧ ସହ ଆଠ ଜଣକୁ ଗିରଫ କରିଛି ପଦ୍ମପୁର ପୋଲିସ । ପଦ୍ମପୁର ଥାନା ଅଂଚଳକୁ ନିଶା ଔଷଧ ଚାଲାଣ ହେଉଥିବା ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବରଙ୍କ ନିର୍ଦ୍ଦେଶ କ୍ରମେ , ପଦ୍ମପୁର ଥାନା ଅଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ ପଦ୍ମପୁର ଥାନା ଅନ୍ତର୍ଗତ ସପିଆଁ ଛକ ନିକଟରେ ଛପି ରହିଥିଲେ । ନିଶା ଔଷଧ ଚାଲାଣ କାରୀ ମାନଙ୍କୁ ପୋଲିସ କାବୁ କରିବା ସହ ସେମାନଙ୍କ ଠାରୁ ପାଂଚ ହଜାର ନିଶା ଇଂଜେଶନ, ବାର ହଜାର ନିଶା ଟାବଲେଟ, ସାତଶହ କୋଡିଏ ଗୋଟି କଫ ସିରଫ ଜବତ କରିଥିଲେ । ନିଶା ଔଷଧ ଚାଲାଣରେ ବ୍ୟବହୃତ ଚାରି ଚକିଆ ଯାନ, ଦୁଇ ଗୋଟି ମୋଟର ସାଇକେଲ, ସାତ ଗୋଟି ମୋବାଇଲ ଓ ନଗଦ ୩୮ ହଜାର ୩୭୦ ଟଙ୍କା ନଗଦ ଜବତ କରିଥିଲେ । ଏ ବିଷୟରେ ଅଧିକ ତଦନ୍ତ ଜାରି ରହିଥିବା ସହ ପଦ୍ମପୁର ସହରରେ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରାଯିବ ବୋଲି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Exit mobile version