Site icon Awaj Media

ଜିଓ ମୋବାଇଲ ଟାୱାରରୁ ତାର ଚୋରି କରି ଟାୱାର ଉପରେ ଫସିଲା ଚୋର !!!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପାଟପୁର ଜିଓ ମୋବାଇଲ ଟାୱାରରୁ ତାର ଚୋରି କରି ଟାୱାର ଉପରେ ଫସିଲା ଚୋର ! ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ରୋଚକ ଓ ଚର୍ଚ୍ଚିତ ଘଟଣା ଘଟିଛି । ଜିଓ ମୋବାଇଲ ଟାୱାରରୁ ତାର ଚୋରି କରୁଥିବା ବେଳେ ଜଣେ ଚୋର ଟାୱାର ଉପରେ ଫସି ରହିଯାଇଥିବା ଦୃଶ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି । ସୂଚନା ଅନୁଯାୟୀ, ଢେ଼ଙ୍କାନାଳ ଜିଲ୍ଲା କାଠପାଳ ଅଞ୍ଚଳର ତିନିଜଣ ଲୁଟେରା ରାତିରେ ପାଟପୁର ଅଞ୍ଚଳରେ ଥିବା ଜିଓ ମୋବାଇଲ ଟାୱାରକୁ ଟାର୍ଗେଟ କରି ତାର କାଟିବା ଆରମ୍ଭ କରିଥିଲେ । ଅନେକ ତାର କାଟାଯାଇବା ପରେ ଜିଓ କମ୍ପାନୀର କର୍ମଚାରୀମାନଙ୍କ ନିକଟକୁ ସିଗ୍ନାଲ ଯାଇଥିଲା । ତୁରନ୍ତ ଜିଓ କର୍ମଚାରୀମାନେ ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସକୁ ଦେଖି ଟାୱାର ତଳେ ଥିବା ଦୁଇ ଜଣ ଲୁଟେରା ବାଇକ ଛାଡ଼ି ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ, ଟାୱାର ଉପରେ ଚଢ଼ି ତାର କାଟୁଥିବା ଜଣେ ଲୁଟେରା ଟାୱାର ଉପରେ ଫସି ରହିଯାଇଥିଲା । ପରେ ସୁକିନ୍ଦା ପୋଲିସ ଲୁଟେରା ଯୁବକକୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ବାଇକକୁ ଜବତ କରିଥିଲା । ପୋଲିସ ସୂଚନା ଅନୁଯାୟୀ, ତିନିଜଣ ଲୁଟେରା ଯୁବକ ଢେ଼ଙ୍କାନାଳ ଜିଲ୍ଲା କାଠପାଳ ଅଞ୍ଚଳର ବୋଲି ଜଣାପଡ଼ିଛି । ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଲାଶି ଜୋରଦାର କରିଛି ।

Exit mobile version