Site icon Awaj Media

ବାଲୁଗାଁରେ ବିଳମ୍ବିତ ରାତିରେ ୮ ଟି ମନ୍ଦିର ରୁ ଲୁଟିଲେ ଲୁଟେରା ଗ୍ୟାଙ୍ଗ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ କାଲି ବିଳମ୍ବିତ ରାତିରେ ବାଲୁଗାଁ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ। ବାଲୁଗାଁ ମାଛ ମାର୍କେଟ ସ୍ତିତ କାଳିଜାଇ ମନ୍ଦିର, ସାନ୍ତରା ପୁର ସ୍ଥିତ ଦଧିବାବନ ମନ୍ଦିର , ଲକ୍ଷ୍ମୀ ମନ୍ଦିର, ହନୁମାନ ମନ୍ଦିର , ଗୁପ୍ତେଶ୍ୱର ଦେବ, ଗାନ୍ଧୀ ନଗର ସ୍ଥିତ ମା ଭଗବତୀ ଗିରି ଦୁର୍ଗା ମନ୍ଦିର,ବିଦ୍ୟାଧର ପୁର ସ୍ଥିତ ମା ଖିଲାମୁଣ୍ଡା ମନ୍ଦିର ଏବଂ ବାଲୁଗାଁ ମାର୍କେଟ ସ୍ଥିତ ମା ଉତ୍ତରାୟଣୀ ମନ୍ଦିର ଲୁଟିନେଲେ ମନ୍ଦିର ର ଦେବା ଦେବୀ ଙ୍କ ରୁପା ଓ ସୁନା ଅଳଙ୍କାର ସହିତ ଦାନ ବାକ୍ସ ରୁ ସମସ୍ତ ଦାନ ଟଙ୍କା । ପ୍ରାୟ ୮ ଟି ମନ୍ଦିର ରୁ ଲୁଟ । ଏହି ଚୋର ମାନଙ୍କର ଚୋରି ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ କରୁଛି । ଗତ ଚାରି ଦିନ ତଳେ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଥିବା ବିନାୟକ ଲୁଗା ଦୋକାନ ସମ୍ମୁଖରେ ଚାରି ଜଣଙ୍କର ମୋବାଇଲ ଚୋରି ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।।

Exit mobile version