Site icon Awaj Media

ବାଣପୁର ଥାନା ଅଞ୍ଚଳରୁ ୧୨୦ ଲିଟର ଦେଶୀ ମଦ ଜବତ : ବେପାରୀ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅନ୍ତର୍ଗତ ବେରୁଆଁବାଡି ଓ ହଳନ୍ଦା ରାସ୍ତାରେ ବାଣପୁର ପୁଲିସ ପକ୍ଷରୁ ଚଢାଉ କରାଯାଇ ପଲିପ୍ୟାକ ରେ ଭର୍ତ୍ତି ୧୨୦ ଲିଟର ଦେଶୀ ମଦ ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି । ମଦ ଚାଲାଣ ଅଭିଯୋଗରେ ବଡସିରେଇପୁର ଗ୍ରାମର ଭଗବାନ ଦାସଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ଗୋଟିଏ ସ୍ଫୁଟି ଜବତ କରିଛି ପୁଲିସ । ବେରୁହାଁବାଡ଼ି ହଳନ୍ଦା ରାସ୍ତାରେ ଉକ୍ତ ମଦ ବେପାରୀ ଏକ ସ୍କୁଟିରେ ମଦ ନେଇ ଯାଉଥିଲେ । ପାଟ୍ରୋଲିଙ୍ଗ ସମୟରେ ଅଧିକାରୀଙ୍କ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ତଲାସୀ ନେବାରୁ ମଦ ଜବତ ହୋଇଥିଲା । । ଅଭିଯୁକ୍ତ ଅଭିଯୁକ୍ତ ଭଗବାନଙ୍କୁ ଭଗବାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version