Site icon Awaj Media

ପାରାଦୀପ ରେ ଏବେ ଆଉ ଚାଲିବନି ଖୋଲା ନିଶାଗିରି : ଆକ୍ସନ୍ ମୋଡରେ ଜିଲ୍ଲା ପ୍ରଶାସନ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ମଦ ଦୋକାନ ଆଗରେ ଖୋଲାରେ ମଦ ପିଇ ହଙ୍ଗାମା କରୁଥିବା ନିଶାଖୋରଙ୍କ ଉପରେ ଅଚାନକ ଚଢ଼ାଉ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଓ ଏସପି ଅଙ୍କିତ ବର୍ମା । ରାତି ଅଧରେ ଟୋଟାଲ ପାରାଦୀପରେ ଚାଲିଛି ଚେକିଂ ଓ ରେଡ୍ । ପାରାଦୀପର ବିଭିନ୍ନ ମଦ ଦୋକାନ ନିକଟରେ ପ୍ରତିଦିନ ଖୋଲାସ୍ଥାନରେ ମଦ୍ୟପାନ କରି ହଙ୍ଗାମା କରୁଥିବା ଅଭିଯୋଗ ଆସୁଥିବା ବେଳେ ଏବେ କଡ଼ା ଆକ୍ସନ୍ ନେଇଛି ପ୍ରଶାସନ । ଅଚାନକ ଚଢ଼ାଉ କରି ରାସ୍ତା କଡ଼ରେ ମଦ ପିଇ ଅଶାନ୍ତି ସୃଷ୍ଟି କରୁଥିବା ଅନେକଙ୍କୁ ଧରି ପୁଲିସ ଥାନାକୁ ନେଇଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ଜେ ସୋନାଲ ଓ ଏସପି ଅଙ୍କିତ ବର୍ମା ସ୍ୱୟଂ ବିଭିନ୍ନ ସ୍ଥାନରେ ବୁଲି ପରିସ୍ଥିତି ତଦାରଖ କରିଥିଲେ । ନିଶା କାରବାର ଓ ଖୋଲା ମଦ୍ୟପାନକୁ ରୋକିବା ପାଇଁ ଆଗାମୀ ଦିନରେ ଏଭଳି ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ସୂଚନା ମିଳିଛି । ତେବେ ପ୍ରଶାସନର ଏହି ଆକ୍ସନ୍ କୁ ସାଧାରଣ ଲୋକ ସ୍ୱାଗତ କରୁଥିବା ବେଳେ, ପାରାଦୀପରେ ଖୋଲା ନିଶାଗିରି ଉପରେ ଏହା କେତେ ଲଗାମ ଲଗାଇପାରୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର ।

Exit mobile version