Site icon Awaj Media

ଲକ୍ଷ୍ମୀପୁରରେ ଛୁରୀ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଚାପା ଉତ୍ତେଜନା !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାତୀୟ ରାଜପଥ ଅବରୋଧ , ଲକ୍ଷ୍ମୀପୁରରେ ଛୁରୀ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଚାପା ଉତ୍ତେଜନା ! କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହାକୁମାରେ ଛୁରୀ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଗତକାଲି ଚିଲିଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଛୁରୀରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଯୁବକଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବା ଦାବି କରି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ଆଦିବାସୀ ମାନେ ଏକତ୍ରିତ ହୋଇ ଠେଙ୍ଗାବାଡ଼ି ଧରି ଆକ୍ରମଣକାରୀଙ୍କ ସାହିକୁ ପହଞ୍ଚି ହୋ-ହାଲ୍ଲା କରିବା ସହ ବସଷ୍ଟାଣ୍ଡ ନିକଟରେ କିଛି ଦୋକାନରେ ଭଙ୍ଗାରୁଜା କରିଥିବା ଅଭିଯୋଗ ରହିଛି । ଏହି ଘଟଣା ପରେ ଲକ୍ଷ୍ମୀପୁରର ଆମ୍ବେଦକର ଛକରେ ରାସ୍ତା ଅବରୋଧ କରାଯାଇଛି । ରାୟଗଡା–କୋରାପୁଟକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ସହିତ ଲକ୍ଷ୍ମୀପୁର–ନାରାୟଣପାଟଣା ରାସ୍ତା ମଧ୍ୟ ଅବରୋଧ ହୋଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇ ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପ୍ରୟାସ ଚାଲିଛି ।

Exit mobile version