Site icon Awaj Media

ମହିଳା ସରପଞ୍ଚଙ୍କୁ ବ୍ଲକ ପରିସରରୁ ଉଠାଇନେଲା ପୋଲିସ – ଏସପି କହିଲେ ଅଭିଯୋଗ ହୋଇନି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ମହାକାଳପଡ଼ା ବ୍ଲକ ପରିସରରୁ ଉଠାଇନେଲା ମହାକାଳପଡ଼ା ପୋଲିସ ! କିଛି ଦିନ ପୂର୍ବେ ଜବରଦଖଲ ଉଛେଦକୁ ନେଇ ତିଖିର ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ମହାକାଳପଡ଼ା ତହସିଲଦାର ଓ ମାର୍ଶାଘାଇ ପୋଲିସ ଉପରେ ବର୍ଷିଥିଲେ ! ଏହି ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହୋଇଥିଲା ! ତେବେ ପଂଚାୟତ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ପଂଚାୟତରେ ଉନ୍ନତି ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା କୁ ନେଇ ପ୍ରତିଦିନ ସୋସିଆଲ ମିଡିଆରେ ଚାମେଲି ନିଜର ମତାମତ ରଖି ମହାକାଳପଡ଼ା ବିଡ଼ିଓ ଓ ତହସିଲଦାରଙ୍କ ସମେତ ମାର୍ଶାଘାଇ ଥାନା ବିରୁଦ୍ଧରେ ସଚେତନ କରାଉଥିଲେ ! ଯାହାକୁ ନେଇ କିଛି ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହୋଇଥିଲେ ! ତେବେ ଗୁରୁବାର ଚେମେଲୀ ମହାକାଳପଡ଼ା ବ୍ଲକକୁ ଯାଇ ବିଭିନ୍ନ ଦପ୍ତରରେ କର୍ମଚାରୀ ଓ ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ନେଇ ପ୍ରଶ୍ନ କରିବା ପରେ ବ୍ଲକ ପରିସରରେ ଉତ୍ତେଜନା ଦେଖା ଦେଇଥିଲା ! ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ମହାକାଳପଡ଼ା ଥାନାକୁ ଫୋନ ଯିବା ପରେ ମହାକାଳପଡ଼ା ପୋଲିସ ମହିଳା ସରପଞ୍ଚ ଚାମେଲି ଓଝା ଓ ତାଙ୍କ ଭାଇଙ୍କୁ ଉଠାଇ ନେବା ପରେ ଚାମେଲି ନିଜ ମୋବାଇଲରେ ଫେସବୁକ ଲାଇଭରେ ଆସି ନ୍ୟାୟ ଭିକ୍ଷା କରିଛନ୍ତି ! ତେବେ ଏସମ୍ପର୍କରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ କୁହନ୍ତି ଏସମ୍ପର୍କରେ କୌଣସି ଅଭିଯୋଗ ହୋଇନି , ତଦନ୍ତ ଚାଲିଛି !

Exit mobile version