Site icon Awaj Media

ନିଶା ନିବାରଣ ଦିବସରେ ଅଧିକ ମଦ ବିକ୍ରି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଜିଥିଲା ବିଶ୍ୱ ନିବାରଣ ଦିବସ | ନିଶାକୁ ଦୂରେଇ ପରିବାର ଏବଂ ସମାଜ ଭିତରେ ଗୋଟେ ସୁସ୍ଥ ବାତାବରଣ ତିଆରି କରିବା ପାଇଁ ରାଜ୍ୟ ସରକାର ବି ଗଣମାଧ୍ୟମ ମାନଙ୍କରେ ସଚେତନ ବିଜ୍ଞାପନ ଦେଇଥିଲେ | ହେଲେ , ଗାଁ ମାନଙ୍କର ଦୃଶ୍ୟ ଦେଖିଲେ ଲାଗୁଛି – ଏସବୁର କିଛି ସକାରାତ୍ମକ ପ୍ରଭାବ ପଡୁନାହିଁ | ବାଙ୍କୀ ଡମପଡା ବ୍ଲକର ସବୁ ପଂଚାୟତରେ ସମାଜସେବୀ ବୁଦ୍ଧିଜୀବୀ ଶିକ୍ଷାବିତ ରହିଛନ୍ତି | କିନ୍ତୁ ଆଜିକା ଦିନରେ ନିଜକୁ ବଡ଼ କ୍ଲବର ସ୍ୱେଚ୍ଛାସେବୀ ବନାଉଥିବା ବ୍ୟକ୍ତି ହେଉକି ବ୍ଲକ ପ୍ରଶାସନ ତରଫରୁ କୌଣସି ସଚେତନ କାର୍ଯ୍ୟକ୍ରମ କରା ଯାଇନାହିଁ | ତାଳବସ୍ତର ରାଜସ୍ବ ନିରୀକ୍ଷକ କାର୍ଯ୍ୟଳୟ ଛୁଟି ଥିବାରୁ ଗେଟ ପାଖରେ ମଦ ବୋତଲ ଗଡୁଥିବାର ଦେଖା ଯାଇଥିଲା | ଚେକ ଗେଟ ଛକ ପାଖରେ ଥିବା ତିନୋଟି ଢ଼ାବାରେ ଖୁଲୁମ ଖୋଲା ମଦ ବିକ୍ରି ହେଉଛି ! ଯଦିଓ ତାଳବସ୍ତ ଫାଣ୍ଡୀ ଢ଼ାବା ମାନଙ୍କ ଠାରୁ ଶହେ ମିଟର ଦୂରତ୍ୱରେ ରହିଛି , ତେବେବି ଅବାଧ ଚୋରା ମଦ ବିକ୍ରି ଉପରେ ଲଗାମ ନାହିଁ ! ତାଳବସ୍ତ ପଂଚାୟତ ତୋରଣ ସମ୍ମୁଖରେ ଦିନରାତି ଦେଶୀ ପାଉଚ ବିକ୍ରି ହେଉଛି , କିନ୍ତୁ ଅନ୍ଧ ମୁକ ବଧିର ପାଲଟିଛି ପ୍ରଶାସନ ! ତାଳବସ୍ତ ପଂଚାୟତ ଯେଉଁଥିରେ 15 ହଜାରରୁ ଅଧିକ ଲୋକ ବସବାସ କରିଥାନ୍ତି | ଏସମ୍ପର୍କ ରେ ସାମାଜିକ କର୍ମୀ ମକରା କୁମାର ସ୍ବାଇଁଙ୍କୁ ପଚାରିବାରେ କୁହନ୍ତି ଯେ, ପ୍ରତି ପରିବାର ଭିତରୁ ନିଶା ନିବାରଣ ପାଇଁ ସଚେତନ ଆରମ୍ଭ ହେଲେ ଯାଇ ସୁସ୍ଥ ସମାଜ ହୋଇ ପାରିବ | ତାଳବସ୍ତ ସରପଞ୍ଚ ପ୍ରତିନିଧି ଆଲୋକ ସାହୁ କୁହନ୍ତି ଯେ ତଳବସ୍ତ ପରି ବଡ଼ ପଂଚାୟତରେ ଫାଣ୍ଡୀ ଥିଲେ ବି କର୍ମଚାରୀ ଅଭାବ ପାଇଁ ପେଟ୍ରୋଲିଙ୍ଗ କରିବାରେ କମି ରହୁଛି | ସେଥିପାଇଁ ନିଶା ନିବାରଣ ଏଠାରେ ସମ୍ପୂର୍ଣ ଫେଲ ମାରିଅଛି |

 

Exit mobile version