Site icon Awaj Media

ସିଂଗିପୁର ଗାଁ ରେ ମଦ ଭାଟି ଭାଙ୍ଗିଲା ପୁଲିସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଭୋର ପ୍ରାୟ ୫ଟା ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରି ରେଳ ଲାଇନ ନିକଟରେ ଓ ବିଭିନ୍ନ ଘରର ପଛପଟେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକୁ ଠାବ କରିଥିଲା । ପୋଲିସକୁ ଦେଖି ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଚଢ଼ାଉ ସମୟରେ ପ୍ରାୟ ୧୦୦ ଲିଟର ବେଆଇନ ଦେଶୀ ରନ୍ଧା ମଦ, ଏହାର ପ୍ରସ୍ତୁତିରେ ବ୍ୟବହୃତ କଣ୍ଡେନସର ପାଇପ, ଫନେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଏହାସହ ପ୍ରାୟ ୬୦୦ ଲିଟର ମହୁଲ ପଚା ରସକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଦୂଷିତ ପାଣି ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ମିଶାଇ ଏହି ମଦ ପ୍ରସ୍ତୁତ କରାଯାଉଥିଲା, ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଅଛି । ତଦନ୍ତରୁ ଜଣାପଡ଼ିଛି ଯେ ଗ୍ରାମର କେତେକ ବ୍ୟକ୍ତି ସଙ୍ଗଠିତ ଭାବରେ ଏହି ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ପାରଳାଖେମୁଣ୍ଡି ସହର ଓ ଆଖପାଖ ଗ୍ରାମାଞ୍ଚଳକୁ ବହୁବର୍ଷ ହେବ ଯୋଗାଣ କରୁଥିଲେ । ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ ନଂ. ୨୬୦/୨୦୨୬ ରୁଜୁ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ଏବଂ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରଳା ଥାନା ପକ୍ଷ ରୁ ସୂଚନା ପ୍ରଦାନ କରାଯାଇଛି ।

Exit mobile version