Site icon Awaj Media

କୋରାପୁଟ ପୋଲିସକୁ ବଡ଼ ସଫଳତା : ତେନ୍ତୁଳିଗୁମା ଜଙ୍ଗଲରୁ ମାଓ ସାମଗ୍ରୀ ଜବତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ପୋଲିସକୁ ବଡ଼ ସଫଳତା, ତେନ୍ତୁଳିଗୁମା ଜଙ୍ଗଲରୁ ମାଓ ସାମଗ୍ରୀ ଜବତ । କୋରାପୁଟ ପୋଲିସକୁ ମିଳିଛି ବଡ଼ ସଫଳତା । ବୈପାରୀଗୁଡା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି । ଏନେଇ କୋରାପୁଟ ଏସପି ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଡିଭିଏଫ ପକ୍ଷରୁ ଉକ୍ତ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ଅଭିଯାନ ସମୟରେ ମାଓବାଦୀ ମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧ଟି ଦେଶୀ ରିଭଲଭର, ୬ଟି ଦେଶୀ ବନ୍ଧୁକ , ୧୦ଟି ଟିଫିନ ବମ୍ , ବିଭିନ୍ନ ଓଜନର IED , ୨୦ ମିଟର କୋଡେକ୍ସ ୱାୟାର, ୨୫ଟି ଡିଟୋନେଟର, ୨ଟି କ୍ୟାମେରା ଫ୍ଲାଶ ଲାଇଟ, ୫୦ ଗ୍ରାମ ଗନପାଉଡର ଏବଂ ୩୮ ଟି ବଲ ଗୁଳି । ସୁରକ୍ଷା କର୍ମୀ ଏବଂ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ପାଇଁ ଏହି ସାମଗ୍ରୀ ଗୁଡ଼ିକ ଜଙ୍ଗଲରେ ଗଚ୍ଛିତ ରଖାଯାଇଥିଲା । ଆଗାମୀ ଦିନରେ ମଧ୍ୟ DVF, SOG ଓ BSF ମିଳିତ ଭାବେ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରଖିବେ ବୋଲି ଏସପି ରୋହିତ ବର୍ମା କହିଛନ୍ତି । କୋରାପୁଟରେ ମାଓ କାର୍ଯ୍ୟକଳାପକୁ ସମୂଳେ ଦମନ କରିବା ପାଇଁ ପୋଲିସର ଅଭିଯାନ ଆହୁରି ଜୋରଦାର ହେବ ।

Exit mobile version