ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ପୋଲିସ ବିଶ୍ୱସ୍ତ ସୂଚନା ଆଧାରରେ ଝାମି ଗ୍ରାମ ନିକଟସ୍ଥ ପାହାଡ଼ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ନଗଦ ଟଙ୍କା , ତାସ୍ ପତ୍ର , ୩ଟି ମୋବାଇଲ୍ ଫୋନ୍ ଏବଂ ୨ଟି ମୋଟର ସାଇକେଲ୍ ଜବତ କରିଛି । ଏହି ସମୟରେ ପ୍ରାୟ ୧୫ ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇଥିଲେ । ଅଭିଯୁକ୍ତ ତେଜସ୍ୱର ରାଓ , ଅଲ୍ୟାନା ହାଡି ଏବଂ କଟାଡା ବାସୁଙ୍କୁ ଗିରଫ କରାଯାଇ ଆଜି କୋର୍ଟକୁ ଚାଲାଣ କରାଯାଇଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ ୨୮୯/୨୦୨୬ ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ।
ପାରଳା ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ !!!

