Site icon Awaj Media

ବାଣପୁର ଶାଳିଆ ଡ୍ୟାମ ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ର ଶାଳିଆ ଡ୍ୟାମ ରୁ ଏକ ଗଳିତ ମୃତଦେହ ବାଣପୁର ପୋଲିସ ଉଦ୍ଧାର କରିଛି. ଘଟଣା ରୁ ପ୍ରକାଶ ଯେ ଗତ କାଲି ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ ର ପାଣି ଗଡା ନିକଟରେ ଏକ ମୃତଦେହ ଭାସୁଥିବାର ଖବର ବାଣପୁର ପୋଲିସ ପାଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଉକ୍ତ ମୃତଦେହ ଉଦ୍ଧାର କରିଥିଲେ. ଶବଟି ଗଳିତ ହୋଇ ଯାଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକର ବୟସ ୪୦ ବର୍ଷ ବୋଲି ଅନୁମାନ କରାଯାଇଛି. ତେବେ ଡ୍ୟାମ ପାଣି ଗଡା ନିକଟରୁ ପୋଲିସ ଉକ୍ତ ବ୍ୟକ୍ତିଙ୍କର ପିନ୍ଧା ବସ୍ତ୍ର ଜବତ କରିଛି. ଶବଟିକୁ ବ୍ୟବଛେଦ କରି ପରିଚୟ ଏବଂ ପରିବାର କୁ ହସ୍ତାନ୍ତର ପାଇଁ ଆଇନ ଅନୁଯାଇ ତିନି ଦିନ ସରଂକ୍ଷିତ ରଖିଛି ବୋଲି ପୋଲିସ ସୂତ୍ର ରୁ ପ୍ରକାଶ ।।

Exit mobile version