Site icon Awaj Media

ବ୍ୟାଙ୍କ ପରିସରରୁ ଦିନ ଦ୍ବିପହରେ ୫ ଲକ୍ଷ ଲୁଟ୍ : ଦୁଇଘଣ୍ଟା ଭିତରେ ସନ୍ଦିଗ୍ଧଙ୍କୁ କାବୁ କଲା ପୁଲିସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାତିଲେ ଲୁଟେରା , ବ୍ୟାଙ୍କ ପରିସରରୁ ଦିନ ଦ୍ବିପହରରେ ୫ ଲକ୍ଷ ଲୁଟ୍ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପରିସରରୁ ଦିନ ଦ୍ବିପହରରେ ୫ ଲକ୍ଷ ଟଙ୍କା ଲୁଟ୍ ହେବାର ଦୁଇଘଣ୍ଟା ପରେ ସନ୍ଦିଗ୍ଧଙ୍କୁ କାବୁ କରିବାରେ ଗଜପତି ପୁଲିସ ସଫଳତା ହାସଲ କରିଛି । ତେବେ ଏହି ଘଟଣା ସହରରେ ସମସ୍ତଙ୍କୁ ଚକିତ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଜଣେ ସନ୍ଦିଗ୍ଧଙ୍କୁ କାବୁ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି । ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ଗୋଷାଣି ବ୍ଲକ ଅନ୍ତର୍ଗତ ସାଇଲଢା ଗ୍ରାମର ଏମ୍. ସୂରିୟା ରାଓ ନିଜ ଘର ନିର୍ମାଣ କାମ ପାଇଁ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ବାହାରୁଥିଲେ । ତେବେ ତାଙ୍କ ପ୍ରତ୍ୟେକ ଗତିବିଧି ଉପରେ ପୂର୍ବରୁ ନଜର ରଖୁଥିଲେ ଲୁଟେରା | ବ୍ୟାଙ୍କ ପରିସର ମଧ୍ୟରେ ଥିବା ରାସ୍ତାରେ କିଛି ଖୁଚୁରା ଟଙ୍କା ପକାଇ ସୂରିୟା ରାଓଙ୍କୁ ଟଙ୍କା ପଡି ଯାଇଥିବା କଥା କହିଥିଲେ । ଫଳରେ ସୁରିୟା ରାଓଙ୍କ ଧ୍ୟାନ ତଳେ ପଡିଥିବା ଖୁଚୁରା ଟଙ୍କା ଗୋଟାଇବାକୁ ଯାଇଥିବା ବେଳେ ଗାଡ଼ିରେ ରଖା ଯାଇଥିବା ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ| ସବୁକିଛି ଏତେ ଦ୍ରୁତ ଘଟିଥିଲା ଯେ, ସୂରିୟା ରାଓ କିଛି ବୁଝିବା ପୂର୍ବରୁ ଟଙ୍କା ଗାଏବ ହୋଇଯାଇଥିଲା | ଘଟଣାର ଦୁଇଘଣ୍ଟା ପରେ ସନ୍ଦିଗ୍ଧଙ୍କୁ କାବୁ କରିଛି ପୁଲିସ ! ଘଟଣା ସମ୍ପର୍କରେ ସୂଚନା ପାଇ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସଦଳବଳେ ପହଞ୍ଚି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଏହାପରେ ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଲୁଟେରାଙ୍କୁ ଧରିବା ପାଇଁ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳକୁ ସଜାଗ କରାଯାଇଥିଲା । ଯାହାକି ଫଳପ୍ରଦ ମଧ୍ୟ ହୋଇଥିଲା I ତେବେ ଦୁର୍ବୃତ୍ତଙ୍କ ଏହି ସମସ୍ତ କାଣ୍ଡ ସିସିଟିଭିରେ କଏଦ ହୋଇଥିଲା | ପ୍ରାଥମିକ ତଦନ୍ତରୁ ୪ ଜଣିଆ ଏକ ଗ୍ୟାଙ୍ଗ ଏହି ଲୁଟ୍‌ କାଣ୍ଡରେ ସାମିଲ ଥିବା ଜଣାପଡ଼ିଛି | ପୁଲିସ ଜଣେ ସନ୍ଦିଗ୍ଧକ୍ସ ଦିଗ୍ଧଙ୍କୁ କାବୁ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି । ପୁଲିସର ପ୍ରାଥମିକ ତଦନ୍ତରେ ଯାଣିପାରିଛି ଯେ ପାରଳାଖେମୁଣ୍ଡି ଏବଂ ଆଖପାଖ ଅଞ୍ଚଳରେ ପୂର୍ବରୁ ଘଟିଥିବା ଏକାଧିକ ଲୁଟ୍‌କାଣ୍ଡରେ ମଧ୍ୟ ଏହି ଗ୍ୟାଙ୍ଗର ସମ୍ପୃକ୍ତି ରହିଛି ।

 

Exit mobile version