Site icon Awaj Media

ଏସ ଆଇ ଆର କାର୍ଯ୍ୟରତ ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସ୍ଵତନ୍ତ୍ର ସଂଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ସୁକିନ୍ଦାରେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ଜୋରଦାର ହୋଇଛି।ମୃତ ଶିକ୍ଷକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର କ୍ଷତିପୂରଣ ସହ ପରିବାରର ଜଣକୁ ସରକାରୀ ଚାକିରୀ ଦେବା ଦାବିରେ ସୁକିନ୍ଦା ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ମୃତ ଶିକ୍ଷକ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଓଳିଆ ପଞ୍ଚାୟତ ଅଧୀନ ଶୁକରଣ ଗ୍ରାମ ଉପେନ୍ଦ୍ରନାଥ ମଲିକ। ସେ ଏହି ବ୍ଲକ ଅନ୍ତର୍ଗତ ପାଟପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଗତ ୮ତାରିଖ ସ୍ଵତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପ୍ରଥମେ ଦାନଗଦି ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୨ତାରିଖ ଦିନ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ସରକାରୀ କାର୍ଯ୍ୟରେ ନିୟୋଜିତ ଥିବା ଅବସ୍ଥାରେ ଶିକ୍ଷକ ଉପେନ୍ଦ୍ରନାଥଙ୍କ ମୃତ୍ୟୁ ଘଟିଥିବାରୁ ମୃତକ ଶିକ୍ଷକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର କ୍ଷତି ପୂରଣ ଓ ପରିବାରର ଜଣକୁ ସରକାରୀ ଚାକିରୀ ଯୋଗାଇ ଦେବା ଦାବିରେ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକଙ୍କ ମୃତଦେହ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରଖି ଆନ୍ଦୋଳନ ହୋଇଥିଲା। ସୁକିନ୍ଦା ବିଡିଓ ଓ ତହସିଲଦାର ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବୁଝାସୁଝା କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଓ ପରେ ମୃତ ଶିକ୍ଷକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Exit mobile version