Site icon Awaj Media

ଗଞ୍ଜେଇ ଚାଷୀଙ୍କୁ ଧରିଲା ପାଡୁଆ ପୋଲିସ : ଏସପି ଙ୍କ ପ୍ରେସ ମିଟ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଞ୍ଜେଇ ଚାଷୀ ଙ୍କୁ ଧରିଲା ପାଡୁଆ ପୋଲିସ , ଘଟଣାକୁ ନେଇ ଏସ ପି ଙ୍କ ପ୍ରେସ ମିଟ l ଗଂଜେଇ କାରବାର ରୋକିବା ପାଇଁ ରାଜ୍ୟ ପୋଲିସ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ କୋରାପୁଟ ପୋଲିସ ପ୍ରଶାସନ ଏ କ୍ଷେତ୍ରରେ ପଛରେ ପଡିନି ! ଆଉ ଏଥର ସିଧା ସଳଖ ଟାର୍ଗେଟ କରିଛି ଗଂଜେଇ ଚାଷୀଙ୍କୁ ! ମୂଳ ମାରିଲେ ଯିବ ସରି , ଦେବଙ୍କ ସଂଗେ କିମ୍ପା କଳି ନ୍ୟାୟ ରେ ଜିଲ୍ଲା ପୋଲିସ ଗଂଜେଇ ଚାଷର ଚରାଭୂଇଁ କୁହାଯାଉଥିବା ପାଡୁଆ ଅଂଚଳରେ ଏଥର ସିଧା ପ୍ରହାର କରିଛି ! ସ୍ଥାନୀୟ ପୋଲିସ ର ସାହାଯ୍ୟ ରେ ଦିଶାରୀଗୁଡା ଗ୍ରାମରେ ପ୍ରାୟ 10 ଏକର ଜମି ରେ ଚାଷ କରାଯାଉଥିବା 12 ହଜାର ଗଂଜେଇ ଗଛ କୁ ଜବତ କରି ନଷ୍ଟ କରିଛି l ଦିଶାରୀଗୁଡା ର ଜୟରାମ ଗେମେଲ , ଲେଞ୍ଜିଗୁଡା ର ହସ୍ୟା ଖରା , ଘlସି ଗେମେଲ ଙ୍କୁ ପୋଲିସ ଗିରିଫ କରିଛି ! ପାଡୁଆ ପୋଲିସ ମାମଲା ଦlୟର କରି ତଦନ୍ତ ଅବ୍ୟାହତ ରଖିଥିବା କଥା କୋରାପୁଟ ଏସପି ରୋହିତ ବର୍ମା ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l

Exit mobile version