ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା Drug Disposal Committee ଙ୍କ ଆଦେଶ ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଶେରଗଡ଼ ସ୍ଥିତ Incinerator ଠାରେ ଗଜପତି ଜିଲ୍ଲାର ପୋଲିସ ଓ ଅବକାରୀ ବିଭାଗର ମୋଟ ୫୩ଟି ମାମଲାରେ ଜବତ ହୋଇଥିବା ୧୩,୩୪୬.୧୭୯ କିଲୋଗ୍ରାମ (ପ୍ରାୟ ୧୩.୩୪୬ ମେଟ୍ରିକ୍ ଟନ୍) ଗଞ୍ଜେଇ ନିୟମ ଅନୁଯାୟୀ ନଷ୍ଟ କରାଯାଇଛି। ଏଥିରେ ପୋଲିସ ବିଭାଗର ୨୩ଟି ମାମଲାର ୧୧,୫୪୧.୪୨୯ କିଲୋଗ୍ରାମ ଏବଂ ଅବକାରୀ ବିଭାଗର ୩୦ଟି ମାମଲାର ୧,୮୦୪.୭୫୦ କିଲୋଗ୍ରାମ ଗଞ୍ଜେଇ ରହିଥିଲା। ଏହି ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ସମୟରେ ଶ୍ରୀ ଜୟ ନାରାୟଣ ପଙ୍କଜ, IPS, IGP, Southern Range, Berhampur, SP Gajapati, SP STF Odisha, Superintendent of Excise, Executive Magistrate, DSP (HQ), Gajapati ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

