Site icon Awaj Media

ଆକ୍ସନ ମୋଡ ରେ ପାରାଦୀପ ଆଦର୍ଶ ଥାନା ପୋଲିସ୍ : ସ୍ପା ଉପରେ ପୋଲିସର ବଡ଼ ଚଢ଼ାଉ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଆକ୍ସନ ମୋଡ ରେ ପାରାଦୀପ ଆଦର୍ଶ ଥାନା ପୋଲିସ୍ , ସ୍ପା ଉପରେ ପୋଲିସର ବଡ଼ ଚଢ଼ାଉ । ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗରେ ଦୁଇଟି ସ୍ପାରେ ଏକକାଳୀନ ରେଡ୍ କରିଛି ପୋଲିସ । ଚଢ଼ାଉ ବେଳେ ୪ ଯୁବତୀ, ୨ ଗ୍ରାହକ ଓ ସ୍ପା ମାଲିକଙ୍କୁ ଅଟକ ରଖାଯାଇଥିବା ସୂଚନା । ପାରାଦୀପ ସ୍କୁଲ ଲାଇନର ଟାଇଟନିକ୍ ସ୍ପା ଏବଂ ତାରିଣୀଗଡ଼ାର ସିଗନେଚର ସ୍ପାରେ ପୋଲିସର ଅତର୍କିତ ଚଢ଼ାଉ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଜିଙ୍କ୍ୟ ମାଣେଙ୍କ ନେତୃତ୍ୱରେ ପାରାଦୀପ ଆଦର୍ଶ ଥାନାର ୫ଟି ଟିମ୍ ଏହି ରେଡ୍‌ରେ ସାମିଲ ହୋଇଥିଲେ । ଚଢ଼ାଉ ବେଳେ ୪ ଜଣ ଯୁବତୀ, ୨ ଜଣ ଗ୍ରାହକ ଓ ସ୍ପା ମାଲିକଙ୍କୁ ପୋଲିସ ଅଟକ ରଖିଛି । ପ୍ରାଥମିକ ଯାଞ୍ଚରେ ଦୁଇଟି ସ୍ପାର ବୈଧ ପଞ୍ଜିକରଣ ନଥିବା ଜଣାପଡ଼ିଥିବା ସୂଚନା ମିଳିଛି ।
ସ୍ପା ଆଢ଼ୁଆଳରେ ବେଆଇନ କାରବାର ଅଭିଯୋଗ ପରେ ପୋଲିସର ଏହି ଆକ୍ସନ୍ । ଆଗକୁ ବିଶ୍ୱକର୍ମା ପୂଜାକୁ ଦୃଷ୍ଟିରେ ରଖି ପାରାଦୀପର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।

Exit mobile version