Site icon Awaj Media

ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ପ୍ରସାର କରି ଯୁବକ ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ପ୍ରସାର କରି ଅପମାନିତ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନା ପୁଲିସ ବାଲେଶ୍ବର ଜିଲ୍ଲାରୁ ଜଣେ ଯୁବକଙ୍କୁ ଗିରଫ କରିଛି ଗିରଫ ଅଭିଯୁକ୍ତ ହେଲେ ସୋର ଥାନା ଅନ୍ତର୍ଗତ ନୂଆପୁର ଗ୍ରାମର ଭରତ କୁମାର ମହାରଣା ପୁଲିସ ସୂଚନା ଅନୁସାରେ, ରାମଗିରି ଥାନା ଅଞ୍ଚଳର ୨୨ ବର୍ଷୀୟା ଯୁବତୀ ୨୦୨୩ରେ ଜୀବିକା ପାଇଁ ଚେନ୍ନାଇ ଯାଇଥିଲୋ ସେଠାରେ ଏକ ସପିଂ ମଲ୍‌ରେ କାମ କରୁଥିବା ବେଳେ ଭରତଙ୍କ ସହ ତାଙ୍କର ପରିଚୟ ହୋଇଥୁଲା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା ପ୍ରାୟ ଦୁଇ ବର୍ଷ ଚେନ୍ନାଇରେ ରହି କାମ କରିବା ପରେ ଯୁବତୀ ନଭେମ୍ବର ୨୦୨୫ରେ ନିଜ ଗାଁକୁ ଫେରିଥିଲୋ ଭରତ ତାଙ୍କୁ ପୁଣି ଚେନ୍ନାଇ ଯିବାକୁ କହିଥିଲେ ସେ ମନା କରିବା ପରେ ଫୋନ୍‌ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲୋ ଏଥିସହ ଯୁବତୀଙ୍କ ଫଟୋ ଓ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି ଏଥିରେ ବ୍ୟବହୃତ ଅଭିଯୁକ୍ତଙ୍କଠାରୁ ମୋବାଇଲ୍ ଜବତ କରିଛି । ତଦନ୍ତରେ ପ୍ରାଥମିକ ପ୍ରମାଣ ମିଳିବା ପରେ ଅଭିଯୁକ୍ତ ଭରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାଇବର ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

Exit mobile version