Site icon Awaj Media

ଗଜପତି ପୋଲିସ ଦ୍ଵାରା ଉଦ୍ଧାର ହୋଇଥିବା ୭୦ ଗୋଟି ମୋବାଇଲ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହଜି ଯାଇଥିବା/ ଚୋରି ହୋଇଥିବା ୭୦ ଗୋଟି ମୋବାଇଲ ଫୋନ୍‌ ବିଭିନ୍ନ ଥାନା ଓ ସାଇବର ସେଲ୍‌ର ସମନ୍ୱିତ ପ୍ରୟାସରେ ଉଦ୍ଧାର କରାଯାଇଛି।ପୋଲିସ ପକ୍ଷରୁ କେନ୍ଦ୍ରୀୟ ଡାଟାବେସ ପୋର୍ଟାଲ, ବିଭିନ୍ନ ବୈଷୟିକ ଉପକରଣ ସହ କ୍ଷେତ୍ରସ୍ତରୀୟ ତଦନ୍ତ ଓ ଅନୁସରଣ ମାଧ୍ୟମରେ ମୋବାଇଲଗୁଡ଼ିକୁ ଚିହ୍ନଟ କରାଯାଇ ଉଦ୍ଧାର କରାଯାଇଥିଲା। ଏହା ଗଜପତି ପୋଲିସର ପ୍ରଯୁକ୍ତିଭିତ୍ତିକ ତଦନ୍ତ ଏବଂ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ପ୍ରତି ଗୁରୁତ୍ୱକୁ ପ୍ରତିଫଳିତ କରିଛି। ମୋବାଇଲ ଫୋନ ଗୁଡ଼ିକର ପ୍ରକୃତ ମାଲିକାନା ସମ୍ପର୍କିତ ଯାଞ୍ଚ ପରେ ଉଦ୍ଧାର ହୋଇଥିବା ମୋବାଇଲ ଫୋନ୍‌ଗୁଡ଼ିକୁ ଆଜି ୬ ଅକ୍ଟୋବର ୨୦୨୬ରେ ଗଜପତି ଜିଲ୍ଲା ପୁଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଜପତି ଏସ୍‌ପି ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ଉପସ୍ଥିତିରେ ପ୍ରକୃତ ମାଲିକମାନଙ୍କୁ ଫେରାଇ ଦିଆଯାଇଛି।ଏହି ଉଦ୍ଧାର ଅଭିଯାନରେ ସଂଶ୍ଳିଷ୍ଟ ସାଇବର ସେଲ୍‌ ଓ ବିଭିନ୍ନ ଥାନାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସକୁ ଗଜପତି ଏସ୍‌ପି ପ୍ରଶଂସା କରିଥିଲେ।ପ୍ରଯୁକ୍ତିଭିତ୍ତିକ ଓ ଜନକୈନ୍ଦ୍ରିକ ପୋଲିସିଂକୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ ମଧ୍ୟ ହଜିଯାଇଥିବା ଓ ଚୋରି ମୋବାଇଲ ଫୋନ୍‌ ଉଦ୍ଧାର ପାଇଁ ଗଜପତି ପୁଲିସର ଅଭିଯାନ ଜାରି ରହିବ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।

Exit mobile version