Site icon Awaj Media

ପାରାଦୀପ ରେ ମଣିଷ ମାରି ଜଙ୍ଗଲରେ ଟାଙ୍ଗୀ ଦେଉଛି jsw କମ୍ପାନୀ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଏରସମାରେ ଯୁବକଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, କମ୍ପାନୀ ଆଗରେ ଆନ୍ଦୋଳନ ପ୍ରତ୍ୟାହୃତ ! ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼କୁଜଙ୍ଗ ଗ୍ରାମର ଭୋଳାନାଥ ସ୍ୱାଇଁଙ୍କ ପୁଅ ବିଶିକେଶନ ସ୍ୱାଇଁ ଦୁଇଦିନ ଧରି ନିଖୋଜ ରହିବା ପରେ ସମୁଦ୍ରକୂଳ ଝାଉଁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ତାଙ୍କର ମୃତଦେହ । କମ୍ପାନୀରେ ଗାଡ଼ି ଲଗାଇବାକୁ ନେଇ ମତାନ୍ତର ହୋଇଥିବାରୁ ଏହା ହତ୍ୟା ଘଟଣା ହୋଇଛି ବୋଲି ପରିବାର ଓ ଗ୍ରାମବାସୀ ସନ୍ଦେହ କରିଛନ୍ତି।
ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଗ୍ରାମବାସୀମାନେ ମୃତଦେହକୁ ଜେଏସଡବ୍ଲୁ କମ୍ପାନୀ ଆଗରେ ରଖି ଆନ୍ଦୋଳନ କରିଥିଲେ। ପରେ ପ୍ରଶାସନ, ଗ୍ରାମର ମୁରବୀ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ମିଳିତ ବୈଠକରେ ରେଡ୍ କ୍ରୋସ୍ ପକ୍ଷରୁ ୨୦,୦୦୦ ଟଙ୍କା ନଗଦ ସହାୟତା, ୩ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣକୁ ଚାକିରି ଦେବାକୁ ରାଜି ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଅଭୟଚାନ୍ଦପୁର ଥାନା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Exit mobile version