ତିନି ଦଶମ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ କବି ଦମ୍ପତ୍ତି

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚଳିତବର୍ଷ ଦଶମ ପରୀକ୍ଷାରେ ୯୦%ରୁ ଅଧିକ ନମ୍ବର ରଖିଥିବା ବାଙ୍କୀ ଅଞ୍ଚଳର ତିନିଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କଲେ କବି ଦମ୍ପତ୍ତି . ମ୍ୟାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କ ଘରକୁ ଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବାଙ୍କୀ ଅରପୁର ଗ୍ରାମର କବି ଦମ୍ପତ୍ତି ଅଧ୍ୟାପିକା ମମତା ଜେନା ଏବଂ ଯୁବ ସମାଜସେବୀ ସୁବ୍ରତ କୁମାର ନାୟକ । କୋଭିଡ କଟକଣା ପାଇଁ ସମସ୍ତ ସରକାରୀ ନିୟମକୁ ମାନି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବାଙ୍କୀକୁ ଗର୍ବିତ କରିଥିବା ତିନିଜଣ ଦଶମ ଟପ୍ପରଙ୍କ ଗାଁ କନ୍ତକାଈ,ନିସ୍ତିପୁର ଏବଂ କୁସୁପଙ୍ଗି ଗ୍ରାମରେ ପହଞ୍ଚି ଉତ୍ତରୀୟ,ଉପହାର ଏବଂ ପ୍ରଶଂସାପତ୍ର ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ ଦମ୍ପତ୍ତି । ବ୍ୟକ୍ତିଗତ ସ୍ତରରେ ନିଜ ସଞ୍ଚିତ ଅର୍ଥରେ ସମାଜସେବା ଆଉ ସାହିତ୍ୟରେ ରୁଚି ରଖୁଥିବା ନାୟକ ଦମ୍ପତ୍ତିଙ୍କ ପ୍ରତିଭା ଅନ୍ବେଷଣ ଏବଂ ସଂସ୍କୃତି ପୂଜ୍ୟପୂଜାକୁ ସମ୍ମାନ ଦେବାର ନିଆରା କାର୍ଯ୍ୟକ୍ରମକୁ ଅନ୍ୟମାନେ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *