ବର୍ଷିଆନ ନେତା ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ

Spread the love

ନୂଆଗାଁ ( ଆବାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଜନତାଦଳର ପୁରୁଖା ନେତା ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ନିଧନରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ଏହି ଅବସରରେ ସାହୁ ପରିବାର ପାଖରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶୋକ ସନ୍ତପ୍ତ ପରିବାର ସହ ମିଶି ସ୍ମୃତି ଚାରଣ କରିଥିଲେ l ବିଧାୟକଙ୍କ ସହ ନୂଆଗାଁ ବ୍ଲକ ଅଧ୍ୟକ୍ଷ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସନ୍ୟାସୀ ସାମଲ (ନୂଆଗାଁ ବ୍ଲକ ବିଜେଡି ସଭାପତି), ରମେଶ ଚନ୍ଦ୍ର ପ୍ରଧାନ (ନୂଆଗାଁ ସମିତି ସଭ୍ୟ), ଦିଲ୍ଲୀପ ଦଳବେହେରା (ପୂର୍ବତନ ସମିତି ସଭ୍ୟ ) ଏବଂ ନୂଆଗାଁ ବ୍ଲକ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ସ୍ମୃତିସଭାରେ ଯୋଗ ଦେଇଥିଲେ .

Leave a Reply

Your email address will not be published. Required fields are marked *