ବାଙ୍କୀରେ ଗାନ୍ଧୀ ଜୟନ୍ତୀ ପାଳିତ !!

Spread the love

କଟକ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧୀ ଜୟନ୍ତୀ ଅବସରରେ ବାଙ୍କୀ ଏନଏସି ପକ୍ଷରୁ ସଫେଇ କର୍ମଚାରୀଙ୍କ ଦ୍ୱାରା ବାଙ୍କୀ ବଜାର ଓ ଏନଏସିର ସମସ୍ତ ୱାର୍ଡକୁ ସଫେଇ ସହ ବିଶୋଧନ କରାଯାଇଥିଲା । ଏହାସହ କରୋନା ମହାମାରୀ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ବିନୟ ରଞ୍ଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ରାଜ, କୁବେର ମହାନ୍ତି, ଶାନ୍ତନୁ ବେହେରା, ଶୁଭରାଜ ସାମଲ, ରୁଦ୍ର ପତି ଓ ବାବୁଲି ନାଏକ ପ୍ରମୁଖ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଗାନ୍ଧୀ ଜୟନ୍ତୀରେ ଏପରି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି । ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶାରଦା ପ୍ରଶନ୍ନ ମହାନ୍ତି, ସାମ୍ବାଦିକ ଅରବିନ୍ଦ ବିରବର ଶ୍ରୀଚନ୍ଦନ, ପ୍ରଫୁଲ୍ଲ ପଣ୍ଡା,ଗୌରାଙ୍ଗ ବେହେରା, ଅନନ୍ତ ରଣା, ଅଶୋକ ରଣା, ଗୌତମ ମିଶ୍ର ଏବଂ ମନୋଜ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *