ଯାଜପୁରରେ ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ ପାଳିତ !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସହରର ଗାନ୍ଧୀ ଛକ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ପରେ ସହରର ଗୌରମ ବୁଦ୍ଧ ସଂସ୍କୃତି ଭବନ, ଜିଲ୍ଲା ସ୍କୁଲ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସହରର ସଫେଇ କର୍ମଚାରୀମାନଙ୍କୁ ନେଇ ସ୍ୱଚ୍ଛତା ସଂପର୍କିତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଆଜିର ଦିନରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ କରୋନା ମହାମାରୀକୁ ପ୍ରତିହତ କରିବାକୁ ହେଲେ ସମସ୍ତ ଜିଲ୍ଲାବାସୀ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର କହିଛନ୍ତି । ସେହିପରି ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଛକ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା. ଏହି ଅବସରରେ ଗତକାଲି ରାହୁଲ ଗାନ୍ଧୀଙ୍କ ଉପରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ହୋଇଥିବା ଅମାନବୀୟ ଆଚରଣ ପ୍ରଦର୍ଶନକୁ ବିରୋଧ କରି ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ସମେତ ଉତ୍ତରପ୍ରଦେଶ ସରକାରଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରାଯିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ନନ୍ଦ, ଅଞ୍ଚଳ ଦାସ, ବିଷ୍ଣୁ ରାଉତ, ବଳଭଦ୍ର ଦାସ , ପଦ୍ମାକର ଗୁରୁ, ବିଭୃତି ମହାପାତ୍ର , ଭାଷ୍କର ମହାନ୍ତି, ନାରାୟଣ ସାମନ୍ତ ହୃଷିକେଶ ପତି , ପ୍ରତିମା କରଙ୍କ ସମେତ ଛାତ୍ର କଂଗ୍ରେସ ଓ ଯୁଗ କଂଗ୍ରେସର ସମସ୍ତ କର୍ମୀମାନେ ସାମିଲ ହୋଇଥିଲେ .

Leave a Reply

Your email address will not be published. Required fields are marked *