NILର କର୍ମଚାରୀଙ୍କୁ ଦରମା ପ୍ରଦାନ ନେଇ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଲେ ବିଧାୟକ

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କୁ ଦରମା ମିଳିବା ନେଇ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଲେ ସୁକିନ୍ଦା ବିଧାୟକ । ନୀଳାଚଳ ଇସ୍ପାତ ନିଗମର କର୍ମଚାରୀ ମାନଙ୍କର ୭ମାସର ବକେୟା ଦରମା ପ୍ରଦାନ କରାଯିବା ନେଇ ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ । OMC, IPICOL ଜରିଆରେ ଦରମା ପ୍ରଦାନ ଲାଗି MMTCକୁ ନିର୍ଦ୍ଦେଶ ଦିଆଯାଉ, ମହଜୁଦ ଥିବା ପ୍ରାୟ ୨୩୦କୋଟି ଟଙ୍କାର ଫିନିସ୍ ଗୁଡସ୍,SAILର ରାଉରକେଲା ବା ବୋକାରକୁ ବିକ୍ରି କରାଯାଉ, ବିକ୍ରି ରାଶିକୁ ନୀଳାଚଳ ବ୍ୟାଙ୍କ ଆକାଉଣ୍ଟରେ ଜମା ରଖି ବକେୟା ଦରମା ପ୍ରଦାନ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଧାନସଭାରେ ଦାବି ରଖିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ।

Leave a Reply

Your email address will not be published. Required fields are marked *