ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ନିଜ ଜୀବନରେ ବହୁ କଷ୍ଟ ସହ୍ୟ କରି ଭାରତକୁ ସ୍ୱାଧୀନ କରିବା ସଙ୍ଗେ ସଙ୍ଗେ ଭାରତ ଏକ ସମୃଦ୍ଧିଶାଳୀ ରାଷ୍ଟ୍ର ଗଠନ କରିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମହାନ ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ଵିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତି ଦ୍ଵାରା ସମସ୍ତଙ୍କ ନିକଟରେ ପରିଚିତ, ସେହିପରି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମୂଳ ମନ୍ତ୍ର ଥିଲା ଜୟ ଯବାନ ଜୟ କିଷାନ ଦ୍ଵାରା ସମସ୍ତଙ୍କ ନିକଟରେ ଆଦୃତ ହୋଇ ପାରିଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନରଞ୍ଜନ ଦଳେଇ, ବରିଷ୍ଠ କିରାଣି ଲକ୍ଷଣପାଇକ ସଂଜୟ ପାତ୍ର, କିଶୋର ଦାଶ, ସୁରେନ୍ଦ୍ର ପାତ୍ର, ସୁଲତା ଶୁଭଦର୍ଶନୀ ପ୍ରମୁଖ ଉପସ୍ଥିତ ଥିଲେ।
ଗଜପତିରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ !!

