ଭେଣ୍ଟଲ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ !!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଉଚ୍ଚଶିକ୍ଷା ବିଭାଗର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଭେଣ୍ଟଲ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଭାରତ ସରକାରଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଡି.ଆଇ.ଇ.ଟି ନୟାଗଡ଼ ଜିଲ୍ଲା ରାଜ ସୁନାଖଳାର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷଣ ଡଃ ସନ୍ତୋଷ କୁମାର ପରିଡ଼ା ରିଶୋର୍ସପର୍ସନ ଭାବେ ଯୋଗଦେଇଥିଲେ। ଜାତୀୟ ଶିକ୍ଷାନୀତି ଆଧାରିତ ବୃତ୍ତିଗତ ଶିକ୍ଷା କିପରି ସାମ୍ପ୍ରତିକ ପରିସ୍ଥିତିରେ କର୍ମାନୁଭୂତି, ଆର୍ଥିକ ମୂଲ୍ୟବୋଧ ଓ ଆଜିର ଶିକ୍ଷାର୍ଥୀ ସ୍ବାବଲମ୍ବୀ ହୋଇ ପାରିବେ ପ୍ରସଙ୍ଗକୁ ସରଳ ଓ ଦୃଷ୍ଟାନ୍ତମୂଳକ ଭାବେ ଉପସ୍ଥାପନ କରିଥିଲେ। ଏଥିସହିତ ଏହି କର୍ମଶାଳାରେ ଯୋଗ ଦେଇଥିବା ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଅତି ସରଳ ଭାଷାରେ ବୁଝାଇଥିଲେ ଶ୍ରୀ ପରିଡା । ଏହି କାର୍ଯ୍ୟକ୍ରମରେ ବିଇଡି ଟ୍ରେନିଂ କଲେଜ ଏବଂ ଡି.ଆଇ.ଇଟି.ଓ ଇଂଜିନିୟରିଂ କଲେଜର ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦର ସହ ନିର୍ଦ୍ଦେଶକ ଡଃ ଦେବେନ୍ଦ୍ର ନାଥ ଦାଶ ଓ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ରାଜ୍ୟ ସଂଯୋଜକ ଡଃ ବିଶ୍ବଜିତ ମହାପାତ୍ର ସୂଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *