ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 7ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ଜିଲ୍ଲା ଅନ୍ତର୍ଗତ ଗୋଶାଣୀ ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ 3 ଜଣ, ମୋହନା ବ୍ଳକ ରୁ ଜଣେ, ରାୟଗଡା ଜିଲ୍ଲାର 2 ଜଣ ଚିହ୍ନଟ ହୋଇଛନ୍ତି। କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଅନ୍ୟ ମାନଙ୍କୁ କୋଭିଡ଼ ହସ୍ପିଟାଲ /କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗଜପତିରୁ ଚିହ୍ନଟ ହେଲେ ଆଉ ୭ ପଜିଟିଭ !

