ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଜନ ସଚେତନତା କାର୍ଯ୍ୟକ୍ରମ !!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) -ପ୍ରଫୁଲ୍ଲ କୁମାର ମଲ୍ଲ : ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ 75 ତମ ଜନ୍ମ ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ ବିଜେଡ଼ି ପକ୍ଷରୁ କୋରୁଆ ଠାରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାହାକି ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିଲା ।ଏହାସହ କର୍ମୀ ମାନେ ଦୀପଦାନ କରି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ ଜୀବନ କାମନା କରିଥିଲେ । ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା, । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସଞ୍ଜୟ ଅଗ୍ରୱାଲା, ବ୍ଲକ ବିଜେଡ଼ି ସଭାପତି ଶଶାଙ୍କ ପରିଡ଼ା, ଆତ୍ମା ଅଧକ୍ଷ ଦୀପକ କୁମାର ରାଉତ, ଯୁବ ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଦୀପକ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ସୁଜାତା ରାଉତରାୟ, ଜ୍ୟୋତି ରଞ୍ଜନ ନାୟକ, ଉମାକାନ୍ତ ସେଠି, ପବିତ୍ର ପାଣି, ସ୍ୱର୍ଣ୍ଣଲତା ରାଉତ, ଅନୁଜ ମହାନ୍ତି, ଅମୁଲ୍ୟ ଦାସ, ଅଶୋକ ଜେନା, ଅଭୟ ମହାରାଜ, ଦୀପକ ମହାପାତ୍ର, ଆଲୋକ ମହାଳି ଏବଂ ହେମନ୍ତ ସେଠି ପ୍ରମୁଖ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *