କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ଐତିହାସିକ ଶୈବପୀଠ ବାବା ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ବୃଷବ ପ୍ରାଣ ତ୍ୟାଗ କରିଛନ୍ତି । ଯାହାଦ୍ୱାରା ମନ୍ଦିରର ନୀତିକାନ୍ତି ଓ ପୂଜାକର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ବିଳମ୍ବ ହୋଇଥିଲା । ଶେଷରେ ମନ୍ଦିର ପୂଜକ ସଙ୍ଘ, ଦେବୋତ୍ତର ବିଭାଗ , ବାବା ଧବଳେଶ୍ବର ଗୋ’ଷଣ୍ଢ ସେବାଶ୍ରମର ସଦସ୍ୟ , ସ୍ଥାନୀୟ ଥାନା କର୍ମଚାରୀ ଓ ଏଇତ ଜୀବନ ପରିବାରର ସଦସ୍ୟ ମାନଙ୍କର ମିଳିତ ଉଦ୍ୟମରେ ଷଣ୍ଢଟିର ଶେଷକୃତ କରାଯିବା ସହିତ, ମନ୍ଦିରରେ ଶୋଧନ କରାଯାଇ ବାବା ଧବଳମଣୀଙ୍କ ପୂଜାର୍ଚନା କରାଯାଇଥିଲା । କାର୍ତ୍ତିକ ମାସର ପ୍ରଥମ ଦିନରେ ବାବାଙ୍କ ଚରଣରେ ବୃଷବଙ୍କ ମୃତ୍ୟୁ ଘଟଣା ଗୋପ୍ରେମୀ ଓ ଭକ୍ତ ମାନଙ୍କ ମନରେ ଗଭୀର ଆଘାତ ପହଞ୍ଚାଇଛି।