ଭିକାରୀ ମହମ୍ମଦଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ତଥା ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଦିତୀୟ ସାଲବେଗ ଭାବରେ ଜଣାଶୁଣା ଭିକାରୀ ମହମ୍ମଦଙ୍କର ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ତଥା ସମାଜସେବୀ ରୋଟାରୀଆନ ପ୍ରମୋଦ ପଟ୍ଟନାୟକଙ୍କ ପୈାରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ଭିକାରୀ ମହମ୍ମଦଙ୍କର ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଯୋଗଦେଇ ଆଇନଜୀବି ରଞ୍ଜିତ ଦାସ, ବିଶ୍ବନାଥ ମହାପାତ୍ର, ଗୋକୁଳ କୁମାର ଷଡଙ୍ଗୀ, ବିଜୟାନନ୍ଦ ମହାପାତ୍ର ପ୍ରମୁଖ ସ୍ବର୍ଗତ ଭିକାରୀ ମହମ୍ମଦଙ୍କର ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *