୪୨ ମୌଜାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ !

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକ ୪୨ମୌଜ଼ା ଉପକଣ୍ଠ କୂଳସରିଚୁଆଁ ପଂଚାୟତର ବରାଳ ଗ୍ରାମରେ ମା’ନାରାୟଣୀ କାଳୀପୂଜା କମିଟି, ମା’ନାରାୟଣୀ କ୍ଳବ, ଜଗା ବଳିଆ ୟୁଥ କ୍ଲବ, ସମର୍ପିତ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଏବଂ କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ସହଯୋଗୀତାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି .ଆୟୋଜିତ ରକ୍ତଦାନ ଶିବିରରେ କେନ୍ଦ୍ରୀୟ ରକ୍ତଭଣ୍ଡାର କଟକ ଶାଖା ଦ୍ଵାରା ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ! ଏହି ଶିବିରକୁ ଏସିପି ତଥା ଯୁଗ୍ମସମ୍ପାଦକ ରେଡ଼କ୍ରସ ସୋସାଇଟି ଶ୍ରୀଯୁକ୍ତ ଲଲିତେନ୍ଦୁ ମହାନ୍ତି, କମିଟିର ସଭାପତି ଜଗଦୀଶ ତ୍ରିପାଠୀ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଆନନ୍ଦ ଚନ୍ଦ୍ର ବେଉରା, ସୁରେନ୍ଦ୍ରନାଥ ବେହେରା, ଡାକ୍ତର ସୁବାସ ଚନ୍ଦ୍ର ସାହୁ, ପ୍ରକାଶ ଚୌଧୁରୀ, ଉଦୟନାଥ ରାଉତ, ସମର୍ପିତ ଟ୍ରଷ୍ଟର ସଭାପତି ସଦାଶିବ ଜେନା ଯୋଗଦେବା ସହ କାର୍ଯ୍ୟକର୍ତା ଲଷ୍ମୀଧର ବେଉରା, ନିରଂଜନ ଭୋଇ, ସନ୍ତୋଷ ସାହୁ, ସୂର୍ଯ୍ୟ ପ୍ରକାଶ ବେଉରା, ରଶ୍ମିରଞ୍ଜନ ବେଉରା, ଭଗବାନ ପରିଡ଼ା, ସୁଶାନ୍ତ ରାଉତ, ଜ୍ଞାନ ରଂଜନ ଜେନା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ !

Leave a Reply

Your email address will not be published. Required fields are marked *