କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ପାଳଲହଡା ନିର୍ବାଚନ ମଣ୍ଡଳୀର କଣିହାଁ ବ୍ଲକରେ ଯୁବ ବିଜେଡିର ନୂତନ କର୍ମକର୍ତ୍ତା ମନୋନୟନ ହୋଇଥିବାର ସୂଚନା ମିଳିଛି . ଜିଲ୍ଲା ବିଜେଡ଼ି ଯୁବ ସଭାପତି ଦିନେଶ ପ୍ରଧାନଙ୍କ ଅନୁମୋଦନ କ୍ରମେ ତଥା ପାଲଲହଡା ବିଧାୟକ ମୁକେଶ କୁମାର ପାଳଙ୍କ ସ୍ୱିକୃତୀ କ୍ରମେ ବ୍ଲକ ଯୁବ ସଭାପତି ଚୟନ କରାଗଲା । ଗଗନ କୁମାର ରାଉତଙ୍କୁ ବ୍ଲକ ଯୁବ ସଭାପତି ଓ ରାମକୃଷ୍ଣ ପ୍ରଧାନଙ୍କୁ କାର୍ଯ୍ୟକାରୀ ସଭାପତି ରୂପେ ମନୋନୀତ କରାଯାଇଛି । ଦୁଇ ଯୁବନେତାଙ୍କୁ ନୂତନ ଦାୟିତ୍ୱ ମିଳିବା ପରେ କଣିହାଁ ବ୍ଲକ ଯୁବ ବିଜେଡ଼ିରେ ଉତ୍ସାହ ଲହରୀ ଖେଳିଯାଇଛି । ନବ ନିର୍ବାଚିତ ଦୁଇ ଯୁବନେତା ବିଧାୟକଙ୍କୁ ସାକ୍ଷାତ କରି ଧନ୍ୟବାଦ ଅର୍ପଣ କରିଛନ୍ତି ।
କଣିହାଁ ବ୍ଲକ ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ମନୋନୟନ !!

